ଅପରାଧ ରାଜ୍ୟ

୫ଶହ ଟଙ୍କା ପାଇଁ ଛାତ୍ରଙ୍କ ଆତ୍ମହତ୍ୟା

ନାରାୟଣପାଟଣା/ବନ୍ଧୁଗାଁ : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌ରେ ଅଭାବନୀୟ ଘଟଣା ଘଟିଛି। ସହପାଠୀଙ୍କ ୫ଶହ ଟଙ୍କା ଲୁଚାଇ ରଖିବାରୁ ଅପମାନିତ ହୋଇଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ଦିନ ଛାତ୍ର ଜଣକ ନିଜ ଘରେ ଆତ୍ମହତ୍ୟା କରିଥିବା ବେଳେ ଚପାଇ ଦିଆଯାଇଥିଲା। ସୋମବାର ଦିନ ପରିବାର ଲୋକ ମୁହଁ ‌ଖୋଲିବା ପରେ ଏହି ସମ୍ବେଦନଶୀଳ ଘଟଣା ପଦାକୁ ଆସିଛି। ଅନ୍ୟପକ୍ଷରେ, ଜିଲ୍ଲା ମଙ୍ଗଳ ବିଭାଗ ନିକଟରେ ଘଟଣା ସଂପର୍କରେ କୌଣସି ଖବର ନାହିଁ।

ସୂଚନା ଅନୁଯାୟୀ, କୁମ୍ଭାରପୁଟ ଏସ୍‌ଏସ୍‌ଡି ହାଇସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ଜଣକ ଶୁକ୍ରବାର ଦିନ ହଷ୍ଟେଲରେ ଜଳଖିଆ ଖାଇ ବିଦ୍ୟାଳୟକୁ ବାହାରିଥିଲେ। ଏହିସମୟରେ ଜଣେ ସହପାଠୀଙ୍କ ୫ଶହ ଟଙ୍କା ହଜି ଯାଇଥିବା ଜଣାପଡ଼ିଥିଲା। ତେଣୁ ଛାତ୍ରାବାସରେ ଖୋଜାଖୋଜି କରିବାରୁ ଉକ୍ତ ଛାତ୍ରଙ୍କ ନିକଟରୁ ହଜିଥିବା ଟଙ୍କା ମିଳିଥିଲା। ଏହାପରେ ସହପାଠୀମାନେ ଥଟ୍ଟାମଜା ସହ ଅପମାନିତ କରିଥିଲେ। ଏଥିରେ ମର୍ମାହତ ହୋଇ ଛାତ୍ର ଜଣକ ବିଦ୍ୟାଳୟକୁ ଯାଇ ନଥିଲେ। ଅନ୍ୟମାନେ ବିଦ୍ୟାଳୟକୁ ଯିବାପରେ କାହାକୁ କିଛି ନ କହି ଚୁପ୍‌ଚାପ୍‌ ବିଦ୍ୟାଳୟ କାନ୍ଥ ଡେଇଁ ବାହାରକୁ ଚାଲି ଆସିଥିଲେ। ୩ କିଲୋମିଟର ଚାଲିଚାଲି ନିଜ ଘରେ ପହଞ୍ଚିବା ବେଳକୁ କେହି ନଥିଲେ। ଏତେମାତ୍ରାରେ ମାନସିକ ଆଘାତ ପାଇଥିଲେ ଯେ, ମାମୁଙ୍କ ଘରୁ ଗୋରୁ ବାନ୍ଧିବା ପାଇଁ ରହିଥିବା ଦଉଡ଼ି ଆଣି ସେଥିରେ ନିଜଘରେ ଝୁଲି ଯାଇଥିଲେ। ସଂଧ୍ୟାରେ ପରିବାର ଲୋକ ଘରକୁ ଫେରିବା ବେଳକୁ ପୁଅକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।

ପରିବାର ଲୋକ ‘ସମ୍ବାଦ’ ପ୍ରତିନିଧିଙ୍କୁ ଦେଇଥିବା ନିଜର ପ୍ରତିକ୍ରିୟାରେ ପୁଅର ଆତ୍ମହତ୍ୟା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। କହିଛନ୍ତି, ‘ ଅନ୍ୟର ଅବହେଳା ପାଇଁ ଗୋଟିଏ ବୋଲି ପୁଅର ଜୀବନ ଚାଲିଗଲା। ଘଟଣାର ୪ଦିନ ପରେ ବି ବିଦ୍ୟାଳୟରୁ କେହି ଭେଟି ନାହାନ୍ତି।’ ଏଥିସହିତ, ଏହି ଘଟଣାର ତଦନ୍ତ ପାଇଁ ସେ ଦାବି କରିଛନ୍ତି। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।