ଅପରାଧ ରାଜ୍ୟ

ବନ୍ଧୁକ ଦେଖାଇ ୧୪ ଲକ୍ଷ ଟଙ୍କା ଲୁଟିନେଲେ ୨ ଦୁର୍ବୃତ୍ତ

ରାଉରକେଲା ୧୪/୧୧: ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଗଲାବେଳେ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ନାଲି ପଲସର୍‌ପରେ ଆସି ବନ୍ଧୁକ ମୁନରେ ନେଇଗଲେ ୧୪ ଲକ୍ଷ ୯୩ ହଜାର ୪୦୦ ଟଙ୍କା। ରାଉରକେଲା ମହାନଗର ନିଗମ ପାଖ ରିଂ ରୋଡରେ ଏପରି ଘଟଣା ହୋଇଛି। ଖବର ଅନୁସାରେ, ସେଠାକାର ପ୍ରତିଷ୍ଠିତ ବ୍ୟବସାୟୀଙ୍କ କର୍ମଚାରୀ ପ୍ରଶାନ୍ତ ବିଶ୍ୱାଳ କୋଏଲ ନଗରଘରୁ ୧୪ ଲକ୍ଷ ଲକ୍ଷ ୯୩ ହଜାର ୪୦୦ ଟଙ୍କା ନେଇ ଉଦିତ ନଗର ବ୍ୟାଙ୍କକୁ ଜମା କରିବାକୁ ଯାଉଥିଲେ।

ଏତିକି ବେଳେ ଗୋଟିଏ ନାଲି ପଲସରରେ ଦୁଇ ଯୁବକ ଆରଏମସି ପାଖ ରିଂରୋଡ଼ରେ ତାଙ୍କୁ ଅଟକାଇଲେl ପ୍ରଶାନ୍ତ ଯାଉଥିବା ସ୍କୁଟିକୁ ରଖିବା ମାତ୍ରେ ୨ ଯୁବକଙ୍କ ମଧ୍ୟରୁ ଜଣେ ପକେଟରୁ ବନ୍ଧୁକ ବାହାର କରି ପ୍ରଶାନ୍ତଙ୍କ ମୁଣ୍ଡରେ ଓ ଅନ୍ୟ ଜଣେ ଯୁବକ ତାଙ୍କ ପେଟରେ ଛୁରୀ ଲଗାଇ ହତ୍ୟା ଧମକ ଦେଇଥିଲେ। ପରେ ସେମାନେ ଜୋର୍‌ କରି ଟଙ୍କା ଭର୍ତି ବ୍ୟାକ ଛଡ଼ାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ l ଏହି ଖବର ପାଇ ଉଦିତନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।