ରାଜ୍ୟ ସ୍ୱାସ୍ଥ୍ୟ

ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ୍‌ରେ ପୁଣି ବ୍ୟାପିଲା ଝାଡ଼ାବାନ୍ତି, ଦୁଇଦିନରେ ୪ ଗାଁରୁ ୧୧ ଆକ୍ରାନ୍ତ

ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ୍‌ରେ ପୁଣି ଝାଡ଼ାବାନ୍ତି ବ୍ୟାପିଛି। ଗତ ଦୁଇଦିନ ମଧ୍ୟରେ ୪ଟି ଗାଁର ୧୧ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାପରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। କିଛି ଆକ୍ରାନ୍ତ ତେନ୍ତୁଳିଖୁଣ୍ଟି ଗୋ‌ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବାପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟମାନେ ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ, ଝାଡ଼ାବାନ୍ତି ବ୍ୟାପିବାର କାରଣ ଓ ଆକ୍ରାନ୍ତଙ୍କ ସଂପର୍କରେ ସଠିକ୍‌ ସୂଚନା ଦିଆଯାଇନି।

ସୂଚନା ଅନୁଯାୟୀ, ଗତ ଦୁଇଦିନ ମଧ୍ୟରେ ପରଜା ବାରେଙ୍ଗପଦର ପଞ୍ଚାୟତ ଅନ୍ତର୍ଗତ ଖାତିଗୁଡା ଗ୍ରାମର ବିଜୟ କୁମାର ପୂଜାରୀ(୫୪), ଶାମିଶ୍ରୀ ବେହେରା (୬), ଗୌଡ଼ ଦେୟପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଡାଇକ୍‌-୧ ଗ୍ରାମର ଧନପତି ଗଉଡ଼(୨୧), ପୂଜାରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କାନ୍ଦରାଗୁଡ଼ାର ସୁନେମିଆ ହରିଜନ(୨୬), ଲମତାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବେଜୁଗୁଡ଼ା ଗ୍ରାମର ନବୀନ ହରିଜନ(୧୫)ଙ୍କ ସମେତ ୧୧ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ପରିବାର ଲୋକ ସମସ୍ତ ଆକ୍ରାନ୍ତଙ୍କୁ ତୁରନ୍ତ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥ‌ିଲେ। ଚିକିତ୍ସା ପରେ କିଛି ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଥିବା ବେଳେ ଆଉ କିଛି ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତ ଏବଂ ଝାଡ଼ାବାନ୍ତି ବ୍ୟାପିବାର କାରଣ ସଂପର୍କରେ ସଠିକ୍‌ ସୂଚନା ଦିଆଯାଇ ନଥିବାରୁ ଅନ୍ୟ ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ହସ୍ତଗତ ହୋଇପାରିନି।

ଏହି ଖବର ପାଇବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଝାଡ଼ାବାନ୍ତି ଆକ୍ରାନ୍ତ ୪ଟି ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ