ରାଜ୍ୟ ସ୍ପେଶାଲ ରିପୋର୍ଟ

ଖସିଲା ପାରଦ, ରାଜ୍ୟରେ ବଢିବ ଶୀତ

ଭୁବନେଶ୍ୱର,୧୩।୧୧ : ପାରଦ ଖସିଛି । ହାଲୁକା ଥଣ୍ଡା ଅନୁଭୂତ ହେଲାଣି । ୫ଟି ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିଛି । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩ଡିଗ୍ରୀ, କୋରାପୁଟ ୧୩, ଫୁଲବାଣୀ ୧୩.୫, ବୌଦ୍ଧ ୧୩.୫ ଓ ଭବାନୀପାଟଣା ୧୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଏହାବାଦ୍‌ ଦେବଗଡ଼ରେ ରାତି ପାରଦ ୧୬, କେନ୍ଦୁଝର ୧୬, ଝାରସୁଗୁଡ଼ା ୧୬.୬ ଡିଗ୍ରୀ ସେଲସିୟସ୍‌ ଥିଲା।

ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଆସନ୍ତା ୧୬ ଯାଏ ପାଗ ବଦଳିବା ସମ୍ଭାବନା କମ୍‌ । ଆସନ୍ତା ୩ଦିନ ଭିତରେ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ କମିପାରେ । ବିଶେଷ କରି ଆଭ୍ୟନ୍ତରୀଣ ଅଞ୍ଚଳରେ ରାତି ତାପମାତ୍ରା ଅଧିକ ହ୍ରାସ ପାଇବ । ଦୁଇଦିନ ତଳେ ରାତି ତାପମାତ୍ରା ଯେତିକି ଥିଲା, ତା’ଠାରୁ ୧ରୁ ୨ ଡିଗ୍ରୀ ଖସିଛି । ଆସନ୍ତା ୧୪ ତାରିଖବେଳକୁ କେତେକ ଜାଗାରେ ୧୦ ଡିଗ୍ରୀ ପାଖାପାଖି ପାରଦ ରହିପାରେ ।

ଏପଟେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୧୬ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହି ଲଘୁଚାପ ଆଣ୍ଡାମାନ ସାଗର ତଳକୁ ସୃଷ୍ଟି ହେବ । ଏହା ଘନୀଭୂତ ହେବା ସମ୍ଭାବନା ରହିଛି । ସାଧାରଣତଃ ଏହି ସମୟରେ ସୃଷ୍ଟି ହେଉଥିବା ଲଘୁଚାପ ବା ବାତ୍ୟା ତାମିଲନାଡୁ ଉପକୂଳ ମୁହାଁଇଥାଏ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।