ମନୋରଞ୍ଜନ

୪୬ ବର୍ଷରେ ଟେଲି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ମୃତ୍ୟୁ, ଜିମ୍‌ରେ ୱାର୍କଆଉଟ୍ ବେଳେ ଆସିଲା ହାର୍ଟ ଆଟାକ୍

ମୁମ୍ବାଇ: ଜିମରେ ବ୍ୟାୟାମ କରୁଥିବାବେଳେ ହେଲା ହୃଦଘାତ | ଆଉ ଏଥିରେ ଚାଲିଯାଇଛି ଆଉ ଜଣେ ଅଭିନେତାଙ୍କ ଜୀବନ | ଟିଭି ଇଣ୍ଡଷ୍ଟ୍ରିର ଆଉ ଜଣେ ଅଭିନେତାଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାଯାଇଛି। ଟେଲି ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କର ହୃଦଘାତରେ ମୃତ୍ୟୁ ହୋଇଛି | ଆଉ ମୃତ୍ୟୁବେଳକୁ, ତାଙ୍କୁ ୪୬ ବର୍ଷ ହୋଇଥିଲା। ଜିମରେ ବ୍ୟାୟାମ କରୁଥିବା ସମୟରେ ସେ ହଠାତ୍ ପଡିଯାଇଥିଲେ । ଆଉ ଅଭିନେତାଙ୍କୁ ଡାକ୍ତରଖାନାରେ ତୁରନ୍ତ ଭର୍ତ୍ତି କରାଯାଇଥିଲା | ତେବେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ | ସିଦ୍ଧାନ୍ତ ସୂର୍ଯ୍ୟବଂଶୀ ଟିଭିର ଜଣେ ଲୋକପ୍ରିୟ ଅଭିନେତା ହୋଇଥିବାବେଳେ ଏବେ ତାଙ୍କୁ ‘ଦଙ୍ଗଲ ଚ୍ୟାନେଲ’ର ସୋ’ କଣ୍ଟ୍ରୋଲ ରୁମ’ରେ ଦେଖିବାକୁ ମିଳୁଥିଲା। ଏହାପୂର୍ବରୁ ଅଭିନେତା ଅନେକ ହିଟ୍ ସୋ’ରେ କାମ କରିଥିଲେ।

‘କୁସୁମ୍’, ‘ରିସ୍ତୋ ମେଁ କଟ୍ଟି ବଟ୍ଟି’, ‘ମମତା’, ‘ଜିଦ୍ଦି ଦିଲ୍’ ଭଳି ଅନେକ ଶୋ’ରେ ସିଦ୍ଧାନ୍ତ ନଜର ଆସିଥିଲେ। ସିଦ୍ଧାନ୍ତ ସୂର୍ଯ୍ୟବଂଶୀ ‘ସୁଫିଆନା ଇଶ୍କ୍ ମେରା’ ଭଳି ଟେଲି ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ | ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ସିଦ୍ଧାନ୍ତଙ୍କ ପରିବାରରେ ଦୁଇଟି ସନ୍ତାନ ଏବଂ ପତ୍ନୀ ଆଲିଶା ରାଉତ ଅଛନ୍ତି | ତାଙ୍କର ପ୍ରଥମ ପତ୍ନୀଙ୍କ ସହ ଛାଡପତ୍ର ପରେ ସିଦ୍ଧାନ୍ତ ମଡେଲ ଆଲିଶାଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ଅଭିନେତାଙ୍କ ମୃତ୍ୟୁ ପରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

ନିକଟରେ ସୁପରହିଟ୍ ସୋ ‘ଭାବି ଜୀ ଘର୍ ପର ହେଁ’ର ଜଣାଶୁଣା ଅଭିନେତା ଦୀପେଶ ଭାନଙ୍କର ମଧ୍ୟ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିଲା। ସେହିପରି ଜିମରେ ବ୍ୟାୟାମ ସମୟରେ ହୃଦଘାତ ହେତୁ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ମଧ୍ୟ ଅକାଳରେ ବିୟୋଗ ହୋଇଥିଲା |

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ