ସ୍ୱାସ୍ଥ୍ୟ

କୋଲେଷ୍ଟ୍ରଲ: ଏହି ଫୁଡକୁ କରନ୍ତୁ ଡାଏଟରେ ସାମିଲ, କୋଲେଷ୍ଟ୍ରଲ କମ୍ କରିବାରେ ମିଳିବ ଫାଇଦା

କୋଲେଷ୍ଟ୍ରଲ ଏକ ପଦାର୍ଥ ଯାହା ବ୍ଲଡରେ ମିଳିଥାଏ । ଯଦିଓ ବଡିକୁ ହେଲ୍ଦି ସେଲ୍ସ ପାଇଁ କୋଲେଷ୍ଟ୍ରଲର ଆବଶ୍ୟକତା ରହିଥାଏ କିନ୍ତୁ ହାଇ ଲେବଲ କୋଲେଷ୍ଟ୍ରଲରେ ହାର୍ଟ ସମ୍ବନ୍ଧିତ ସମସ୍ୟାର ବିପଦ ମଧ୍ୟ ବଢିଥାଏ । ଏଥିପାଇଁ କୋଲେଷ୍ଟ୍ରଲକୁ କଣ୍ଟ୍ରୋଲରେ ରଖିବା ବହୁତ ଜରୁରି । ଏଭଳି କ୍ଷେତ୍ରରେ ଆପଣଙ୍କୁ ଚିନ୍ତା କରିବା ଦରକାର ନାହିଁ କାରଣ ଆମେ ଆପଣଙ୍କୁ ଜଣାଇବୁ କି କୋଲେଷ୍ଟ୍ରଲ କମ୍ କରିବା ପାଇଁ କେଉଁ କେଉଁ ଜିନିଷ ସେବନ କରିବା ଉଚିତ୍ ଏବଂ କଣ ସେବନ କରିବା ଉଚିତ୍ ନୁହେଁ ।

ଅଡସୀ ବା ଫେଶୀ
ଏହି ମଞ୍ଜି ଦେଖିବାରେ ଛୋଟ ଛୋଟ ହୋଇଥାଏ କିନ୍ତୁ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ । ଅଡସୀର ମଞ୍ଜି ପ୍ରତିଦିନ ସେବନ କରିବା ଫଳରେ ଆପଣଙ୍କ କୋଲେଷ୍ଟ୍ରଲ କଣ୍ଟ୍ରୋଲରେ ରହିଥାଏ ।

ଅଖରୋଟ
ଅଖରୋଟ୍ ବ୍ରେନ୍ ପାଇଁ ବହୁତ ଉତ୍ତମ । ଏଥିରେ ଓମେଗା ୩ ଫ୍ୟାଟି ଏସିଡ ଭରପୁର ଥାଏ । ଯଦି ଆପଣ ପ୍ରତିଦିନ ସକାଳେ ଏହାକୁ ଖାଇବେ ତେବେ କୋଲେଷ୍ଟ୍ରଲ କଣ୍ଟ୍ରୋଲରେ ରହିଥାଏ ।

କନ୍ଦମୁଳ
ଏଥିରେ ଭରପୁର ଫାଇବର ରହିଥାଏ । ଏହାକୁ ସେବନ କଲେ କୋଲେଷ୍ଟ୍ରଲ କଣ୍ଟ୍ରୋଲରେ ରହିଥାଏ । ଆପଣ ପ୍ରତିଦିନ ଏହାକୁ ସେବନ କରିବା ଉଚିତ୍ ।

କଦଳୀ
କୋଲେଷ୍ଟ୍ରଲକୁ କଣ୍ଟ୍ରୋଲ କରିବା ପାଇଁ କଦଳୀ ରାମବାଣ । ଏଥିରେ ଫାଇବର ଏବଂ ପୋଟେସିୟମ ରହିଥାଏ ଯାହା ବ୍ଲଡ ପ୍ରେଶରକୁ କମ୍ କରିବାରେ ସାହାଯ୍ୟ କରେ । ଏଥିପାଇଁ ପ୍ରତିଦିନ କଦଳୀ ଖାଇବା ଉଚିତ୍ । ଜଳଖିଆର ୩୦ ମିନିଟ୍ ପୂର୍ବରୁ କଦଳୀ ସେବନ କରିବା ଉଚିତ୍ ।

ଓଟ୍ସ
ଓଟ୍ସକୁ ଜଳଖିଆ ଭାବେ ଗ୍ରହଣ କଲେ ବହୁତ ଲାଭଦାୟକ ହୋଇଥାଏ । ଏଥିରେ ଫାଇବର  ରହିଥାଏ ଯାହା କୋଲେଷ୍ଟ୍ରଲ କମ୍ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣ ପ୍ରତଦିନ ଓଟ୍ସ ସେବନ କରିବା ଉଚିତ୍ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।