ଖେଳ ଦେଶ ବିଦେଶ

ସ୍ପିନର ଓ ଫାଷ୍ଟ ବୋଲରଙ୍କ କାରନାମା, ୧୪୩ ବର୍ଷରେ ପ୍ରଥମ ଥର କ୍ରିକେଟ୍ ମ୍ୟାଚ୍‌ରେ ଘଟିଲା ଏମିତି

ଗାଲେ ୨୫।୦୧: ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଘରୋଇ ଶ୍ରୀଲଙ୍କା ଦ୍ଵିତୀୟ ଇନିଂସରେ ୧୨୬ ରନରେ ଅଲଆଉଟ୍ ହୋଇଛି। ଶ୍ରୀଲଙ୍କାର ସମସ୍ତ ୧୦ ଓ୍ଵିକେଟ୍ ସ୍ପିନର ନେଇଛନ୍ତି। ଡମ୍ ବେସ୍ ଓ ଜ୍ୟାକ୍ ଲିଚ ଚାରୋଟି ଲେଖାଏଁ ଓ୍ଵିକେଟ୍ ନେଇଥିବା ବେଳେ ଜୋ ରୁଟ୍ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହା ମ୍ୟାଚ୍‌ର ପ୍ରଥମ ଇନିଂସରେ ଶ୍ରୀଲଙ୍କା ୩୮୧ ରନ କରିଥିଲା। ଉକ୍ତ ଇନିଂସରେ ଇଂଲଣ୍ଡର ଦ୍ରୁତ ବୋଲର ସମସ୍ତ ୧୦ ଓ୍ଵିକେଟ୍ ନେଇଥିଲେ। ଜେମ୍ସ ଆଣ୍ଡରସନ ୬, ମାର୍କ ଉଡ ୩ ଓ ସାମ କରନ ଗୋଟିଏ ଓ୍ଵିକେଟ୍ ନେଇଥିଲେ।

ଟେଷ୍ଟ କ୍ରିକେଟ୍‌ର ୧୪୩ ବର୍ଷର ଇତିହାସରେ ପ୍ରଥମ ଥର ଏମିତି ଘଟିଛି। କୌଣସି ଦଳ ଗୋଟିଏ ଇନିଂସରେ ସମସ୍ତ ଓ୍ଵିକେଟ୍ ଦ୍ରୁତ ବୋଲର ନେଇଥିବା ବେଳେ ଦ୍ଵିତୀୟ ଇନିଂସରେ ସମସ୍ତ ୧୦ ଓ୍ଵିକେଟ୍ ସ୍ପିନରମାନେ ନେଇଛନ୍ତି।

ଶ୍ରୀଲଙ୍କାର ଦ୍ଵିତୀୟ ଇନିଂସରେ କେବଳ ୪ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିଛନ୍ତି। କୁଶଲ ପେରେରା ୧୪, ଲାହିରୁ ଥିରିମାନେ ୧୩, ରମେଶ ମେଣ୍ଡିସ ୧୬ ଓ ଲସିଥ ଏମ୍ବୁଲଡେନିଆ ୪୦ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ପ୍ରଥମ ଇନିଂସରେ ଶତକ ଅର୍ଜନ କରିଥିବା ଆଞ୍ଜେଲା ମାଥ୍ୟୁସ୍ ୫ ରନରେ ଆାଉଟ୍ ହୋଇଛନ୍ତି।

ଦ୍ଵିତୀୟ ଇନିଂସରେ ଶ୍ରୀଲଙ୍କା ଦଳ ଏକଦା ୮ ଓ୍ଵିକେଟ୍‌ରେ ୭୮ ରନ କରିଥିଲା। ଏମ୍ଵୁଲଡେନିଆ କ୍ରିଜ୍‌କୁ ଆସି ୪୨ ବଲରୁ ୪୦ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଫଳରେ ଘରୋଇ ଦଳ ୧୦୦ ଅତିକ୍ରମ କରି ପାରିଥିଲା। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ପାଇଁ ଏମ୍ଵୁଲଡେନିଆ ଦମଦାର ପ୍ରଦର୍ଶନ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ