ଖେଳ ଦେଶ ବିଦେଶ

କଙ୍ଗାରୁଙ୍କ ପାଇଁ କାଳ ଭାରତୀୟ ବୋଲର୍‌

ମେଲ୍‌ବର୍ଣ୍ଣ : ଟେଷ୍ଟ୍ କ୍ରିକେଟ୍‌ରେ ରନ୍ ହାର୍ ଗୌଣ ବିବେଚିତ ହୋଇଆସିଛି। ଅତୀତରେ କିନ୍ତୁ ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆର ରନ୍‌ ହାରକୁ ରୋକିବାରେ ସଫଳ‌ ହେଉନଥିଲେ। ୨୦୧୮-୧୯ ଗସ୍ତ ପରଠାରୁ ଅଷ୍ଟ୍ରେଲିଆର ରନ୍‌ ହାରରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ଏହା ପରଠାରୁ ୧୧ ପାଳି ମଧ୍ୟରୁ ଅଷ୍ଟ୍ରେଲୀୟମାନେ ମାତ୍ର ଥରେ ରନ୍‌ ହାରକୁ ୩.୦ ଉପରକୁ ନେଇ ପାରିଛନ୍ତି। ଅନ୍ୟ ସମସ୍ତ ଥର ଏହା ୩.୦ରୁ ତଳେ ରହିଛି। ଚଳିତ ଗସ୍ତର ୩ ପାଳିର ରନ୍ ହାର ରହିଛି ଏଭଳି ୨.୬୭, ୨.୦୦ ଏବଂ ୨.୬୫। କୌଣସି ସମୟରେ ବି ଅଷ୍ଟ୍ରେଲିଆ ବ୍ୟାଟିଂ ଭାରତୀୟ ବୋଲିଂ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରିନାହିଁ। ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆ ବ୍ୟଟ୍‌ସମ୍ୟା‌ନ୍‌ଙ୍କୁ ପୂରା କାବୁ କରିପାରିଛନ୍ତି। ଏହା ପୂର୍ବରୁ ୨୦୧୪-୧୫ ଶୃଙ୍ଖଳାକୁ ୨-୦ରେ ଜିତିଥିବା ବେଳେ କଙ୍ଗାରୁ ଦଳର ରନ୍ ହାର ଥିଲା ୪.୩୧, ୪.୨୧, ୩.୭୩, ୫.୬୩, ୩.୭୩, ୩.୨୪, ୩.୭୬ ଏବଂ ୬.୨୩। ସେହି ଗସ୍ତରେ ଥରେ ବି ଭାରତ ବୋଲର ସେମାନଙ୍କୁ ରୋକି ପାରିନଥିଲେ।

ଭାରତୀୟ ପରିଚାଳକଙ୍କ ଯୋଜନାବଦ୍ଧ‌ କୌଶଳ କାରଣରୁ ଅଷ୍ଟ୍ରେଲିଆ ବ୍ୟାଟିଂ ପାଇଁ ଏବେ ଭାରତୀୟ ବୋଲର୍ କାଳ ହୋଇଛନ୍ତି। ବହୁ ବୈଜ୍ଞାନିକ ବ୍ୟବସ୍ଥାର ଅନୁସରଣ କାରଣରୁ ପେସ୍ ବୋଲରଙ୍କୁ ଠିକଣା ଭାବେ ଉପଯୋଗ କରାଯାଇଥିଲା ବୋଲି ସ୍ବୀକାର କରିଛନ୍ତି ୨୦୧୮-୧୯ ଗସ୍ତରେ ଭାରତୀୟ ଦଳର ପ୍ରବଂଧକ ଥିବା ସୁନିଲ ସୁବ୍ରମଣ୍ୟମ। ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳତାକୁ ଅନୁଧ୍ୟାନ କରି ଯୋଜନା କରାଯିବା ବିଗତ ୨୦ ବର୍ଷର ଅଭ୍ୟାସ ଥିଲେ ମଧ୍ୟ ପୂର୍ବତନ ଟ୍ରେନର୍‌ ଶଙ୍କର ବାସୁ ଗତଥରଠାରୁ ଡିଏନ୍‌ଏ ଟେଷ୍ଟ୍ ବ୍ୟବସ୍ଥା ପ୍ରଚଳନ କରିଥିଲେ। ଏହି ଅଧାରରେ କେଉଁ ବୋଲରକୁ କେତେ ବୋଝ ଦେଇହେବ ଏବଂ କେତେ ଗତିରେ ବୋଲିଂ କରିବ ଓ କେତେ ସମୟ କରିବ ପୂର୍ବରୁ ଧାର୍ଯ୍ୟ ହୋଇପାରୁଛି। ଏବେ ଜଣେ ବୋଲର ଜାଣିପାରୁଛି ନିଜର ଚତୁର୍ଥ ସ୍ପେଲ୍ କେବେ ପକାଇବ। ନିର୍ଭୟରେ ବି ସାମିଙ୍କ ଭଳି ବୋଲର ଘଣ୍ଟାପ୍ରତି ୧୪୫ କିଲୋମିଟର ବେଗରେ ବୋଲିଂ କରିପାରିବେ। ଏହ‌ା ଦ୍ବାରା ପ୍ରତି ଭାରତୀୟ ବୋଲର ଏବେ ଜଣେ ଜଣେ ବୋଲିଂ ମେସିନ୍‌ ଭଳି କାମ କରିପାରୁଛନ୍ତି ବୋଲି ସୁବ୍ରମଣ୍ୟମ ପ୍ରକାଶ କରିଛନ୍ତି। ଭାରତୀୟ ଅଫସ୍ପିନର୍ ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ପ୍ରଶିକ୍ଷକ ସୁବ୍ରମଣ୍ୟମ ମଧ୍ୟ ଉଦୀୟମାନ ଦ୍ରୁତ‌ ବୋଲର ଟି ନଟରାଜନଙ୍କ ବୋଲିଂ ଶୈଳୀରେ ସଂଶୋଧନ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ରବି ଶାସ୍ତ୍ରୀଙ୍କ ମନ୍ତ୍ର ଏବଂ ବୋଲିଂ ପ୍ରଶିକ୍ଷକ ଭରତ ଅରୁଣଙ୍କ ଜ୍ଞାନ ହିଁ ଭାରତୀୟ ଦଳ ପାଇଁ ଯାଦୁ ଭଳି କାମ କରୁଛି ବୋଲି ସେ ପ୍ରକାଶ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ