ଖେଳ ଦେଶ ବିଦେଶ

‘ଟି ନଟରାଜନ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍‌ର ହକଦାର’, ଏମିତି କହି ସମସ୍ତଙ୍କ ହୃଦୟ ଜିତିଲେ ପାଣ୍ଡ୍ୟା

ସିଡନୀ,୦୭/୧୨: ଅଷ୍ଟ୍ରେଲିଆକୁ ଭାରତ ଦ୍ୱିତୀୟ ଟି୨୦ରେ ପରାସ୍ତ କରି ସିରିଜ ଉପରେ କବଜା କରିଛି । ମ୍ୟାଚ୍ ବିଜୟର ହିରୋ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ସେ ୨୨ ବଲରୁ ବିସ୍ଫୋରକ ୪୨ ରନ୍ ସ୍କୋର କରିଥିଲେ । ୧୯୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ବିରାଟ କୋହଲି ପ୍ୟାଭିଲିୟନ ଫେରିବା ପରେ ସଙ୍କଟରେ ପଡିଥିଲା । କିନ୍ତୁ ପାଣ୍ଡ୍ୟା ଆକର୍ଷଣୀୟ ବ୍ୟାଟିଂ କରି ଦଳକୁ ୬ ଓ୍ୱିକେଟରେ ବିଜୟୀ କରାଇଥିଲେ । ଏହାସହ ସିରିଜକୁ ଭାରତ ୨-୦ରେ ଜିତିନେଇଛି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା । କିନ୍ତୁ ପାଣ୍ଡ୍ୟା ନିଜର ବିଶାଳ ହୃଦୟ ରଖି କହିଥିଲେ ଯେ, ପ୍ରକୃତରେ ମ୍ୟାନ୍ ଅଫ୍ ଦି ମ୍ୟାଚର ହକଦାର ହେଉଛନ୍ତି ଟି ନଟରାଜନ । ସେ ଭଲ ବୋଲିଂ କରିଛନ୍ତି । ୪ ଓଭରରେ ମାତ୍ର ୨୦ ରନ୍ ବ୍ୟୟ କରିଥିଲେ ।

ପାଣ୍ଡ୍ୟା କହିଛନ୍ତି ଯେ, ବିଜୟ ଲକ୍ଷ ସହଜ ଥିଲା । ସେ ସ୍କୋରବୋର୍ଡକୁ ଦେଖି ଖେଳିବା ପସନ୍ଦ କରନ୍ତି । ଏପରି ହେଲେ ଆପଣ କେଉଁ ବୋଲରଙ୍କୁ ଟାର୍ଗେଟ୍ କରିବେ ତାହା ଭଲ ଭାବେ ବୁଝିପାରିବେ । ଏହାସହ ପୂର୍ବ ଭୁଲରୁ ସେ ଅନେକ କିଛି ଶିଖିଥିବା କହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଦଳ ବଡ ଲକ୍ଷ୍ୟ ହାସଲ କରିଛି । ଅଷ୍ଟ୍ରେଲିଆ ଭଲ ବ୍ୟାଟିଂ କରିଥିଲା । ଭାରତୀୟ ବୋଲର ଏହି ଷ୍ଚାଡିୟମରେ ଅସହଜ ମନେ କରୁଥିଲେ । କିନ୍ତୁ ଟି ନଟରାଜନ ଆକର୍ଷଣୀୟ ବୋଲିଂ କରିଥିବାରୁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଦିଆଯାଉ ବୋଲି ପାଣ୍ଡ୍ୟା କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ