ଖେଳ ଦେଶ ବିଦେଶ

ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !

କାନବେରା,୦୩/୧୨: ଅଷ୍ଟ୍ରେଲିଆ ପାଇଁ ଅଡୁଆ ବଡିବାରେ ଲାଗିଛି । ଦଳର ଖେଳାଳିଙ୍କ ଆହତ ସମସ୍ୟା ପିଛା ଛାଡ଼ୁନି । ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌, ଓପନର ଡେଭିଡ୍‌ ୱାର୍ଣ୍ଣରଙ୍କ ପରେ ପ୍ରମୁଖ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ମଧ୍ୟ ଆହତ ହୋଇଛନ୍ତି । ତାଙ୍କ ପିଠି ଏବଂ ପଞ୍ଜରାରେ ଆଘାତ ଲାଗିଛି । ଏନେଇ ଅଦିନାୟକ ଆରୋନ ଫିଞ୍ଚ୍ ସୂଚନା ଦେଇଛନ୍ତି ।

ତୃତୀୟ ଦିନିକିଆ ପୂର୍ବରୁ ପିଞ୍ଚ୍ କହିଥିଲେ ଯେ, ଷ୍ଟାର୍କଙ୍କ ପିଠି ଓ ପଞ୍ଜରାରେ ଯନ୍ତ୍ରଣା ହେଉଛି। ତେଣୁ ତାଙ୍କୁ ତୃତୀୟ ମ୍ୟାଚ୍‌ରୁ ବିଶ୍ରାମ ଦିଆଯାଇଥିଲା। ତାଙ୍କ ଆହତ ସମସ୍ୟା ସେତେଟା ଗୁରୁତର ନୁହେଁ। ବିଶ୍ରାମ ନେଲେ ସେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଫିଞ୍ଚ୍ ଆଶା ରଖିଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତା ୪ ତାରିଖରୁ ୩ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ ଆରମ୍ଭ ହେବ। ତେଣୁ ଷ୍ଟାର୍କ ପ୍ରଥମ ମ୍ୟାଚ୍‌ରୁ ବାଦ୍‌ ପଡ଼ିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଷ୍ଟାର୍କ ପ୍ରଥମ ୨ଟି ଦିନିକିଆରେ ମୋଟ ୧୪୭ରନ୍‌ ବ୍ୟୟ କରିଥିବାବେଳେ ମାତ୍ର ଗୋଟିଏ ୱିକେଟ୍‌ ନେବାରେ ସଫଳ ହୋଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ