ଖେଳ ଦେଶ ବିଦେଶ

ସବୁଠାରୁ ଦ୍ରୁତ ୨୨୦୦୦ ଅନ୍ତର୍ଜାତୀୟ ରନ୍ ପୂରଣ କଲେ କୋହଲି, ସଚିନଙ୍କୁ ପଛରେ ପକାଇଲେ

ସିଡନୀ,୩୦/୧୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଦୀର୍ଘଦିନ ପରେ ଫର୍ମକୁ ଫେରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ସେ ୮୩ ବଲରୁ ୮୯ ରନ୍ କରିଥିଲେ । ଏହି ମ୍ୟାଚରେ ଭାରତ ପରାଜିତ ହୋଇଥିଲେ ମଧ୍ୟ ବିରାଟ ଏକ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ରନ୍ ମେସିନ୍ ବିରାଟ ସବୁଠାରୁ ଦ୍ରୁତ ୨୨ହଜାର ରନ୍ ସଂଗ୍ରହ କରିବାର ରେକର୍ଡକୁ ନିଜ ନାମରେ ନାମିତ କରିଛନ୍ତି । ଏହାସହ ଆଉ ଏକ ଉପଲବ୍ଧି ମଧ୍ୟ ହାସଲ କରିଛନ୍ତି । ଏପରିକି ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ଭାଙ୍ଗି ଦେଇଛନ୍ତି ।

ଦ୍ୱିତୀୟ ଦିନିକିଆରେ ଅଷ୍ଟମ ଓଭରରେ ଶିଖର ଧାଓ୍ୱନ ଆଉଟ୍ ହେବା ପରେ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ । କୋହଲି ପ୍ରଥମେ ଶ୍ରେୟସ ଆୟାର ଓ ପରେ କେଏଲ ରାହୁଲଙ୍କ ସହ ଭଲ ପାର୍ଟନରସିପ୍ କରିଥିଲେ । କିନ୍ତୁ ୩୫ ତମ ଓଭରରେ ସେ ଆଉଟ ହେବା ପରେ ଭାରତ ପରାସ୍ତ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା ।

ବିରାଟ କୋହଲି ଜଳକୁ ଜିତାଇ ପାରିନଥିଲେ ସୁଦ୍ଧା ସେ ଅନ୍ତର୍ଜାତୀୟ କ୍ରିକେଟରେ ୨୨୦୦୦ ରନ୍ ପୂରଣ କରିଛନ୍ତି । ଏହାସହ ସେ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ୨୨ ହଜାର ରନ୍ ପୂରଣ ପାଇଁ ସେ ୪୬୨ଟି ଇନିଂସ ଖେଳିଛନ୍ତି । ସଚିନ ତେନ୍ଦୁଲକର ୨୨ ହଜାର ରନ୍ ପାଇଁ ୪୯୩ଟି ଇନିଂସ, ବ୍ରାଏନ ଲାରା ୫୧୧ ଓ ରିକି ପଣ୍ଟିଂ ୫୧୪ଟି ଇନିଂସର ସାହାଯ୍ୟ ନେଇଥିଲେ ।

କୋହଲି ଏବେସୁଦ୍ଧା ୨୨୦୧୧ ରନ୍ ପୂରଣ କରି ସାରିଛନ୍ତି । ତିନୋଟି ଫର୍ମାଟରେ ସେ ୫୦ ଆଭରେଜରେ ଟେଷ୍ଟରେ ୭୨୪୦, ଦିନିକିଆରେ ୧୨୮୩୪ ଓ ଟି୨୦ରେ ୨୭୯୪ ରନ୍ କରିଛନ୍ତି । ଏହାସହ ସେ ସର୍ବାଧିକ ରନ୍ କରିଥିବା ଖେଳାଳି ତାଲିକାରେ ୮ ନମ୍ବରରେ ରହିଛନ୍ତି । ଏହି ତାଲିକାରେ ସଚିନ ୩୪୩୫୭ ରନ୍ ସହ ପ୍ରଥମ ସ୍ଥାନରେ ଅଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ