ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ସାମାନ୍ୟ କଳି ହେଲା କାଳ, ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀ ଗୁରୁତର

ନୂଆପଡା ୧୨।୦୧ : ସାମାନ୍ୟ କଳିରୁ ଅଭାବନୀୟ ପରିସ୍ଥିତି । ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀ ଗୁରୁତର ହୋଇଛନ୍ତି । ସ୍ୱାମୀ ଡିଗଶନ ସୁନାନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ନୂଆପଡ଼ା ଜିଲ୍ଲା କୋମନା ଥାନା ବାଗମୁଣ୍ଡା ଗାଁରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ସୋମବାର ରାତିରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାକି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁ ରହିଥିଲା । ପରିବାର ଲୋକେ ଯେତେ ବିଝାସୁଝା କରିଥିଲେଲେ ମଧ୍ୟ କେହି ଶୁଣିବାକୁ ନାରାଜ । ଏହିପରି ଭାବେରେ ୨ଜଣଙ୍କ ଝଗଡ଼ା ଲାଗିରହିଥିଲା । ତେବେ କିଛି ସମୟ ପରେ ଉଭୟ ନିଜ ନିଜ ଘରେ ଶୋଇଥିଲେ । ସ୍ବାମି ସ୍ତ୍ରୀ କଳି ଏଭଳି ରୁପ ନେଇଥିଲା ଯେ ପାଖରେ ଥିବା ଏକ ଟାଙ୍ଗିଆରେ ସ୍ବାମି ଉପରେ ଚୋଟ ମାରିଥିଲା ସ୍ତ୍ରୀ । ଯେଉଁଥିରେ ସ୍ବାମୀ ଡିଗଶନ ସୁନାନୀଙ୍କ ତଣ୍ଟିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ତେବେ ଭୟରେ ସ୍ତ୍ରୀ ଟୁନି ଘର ଛାଡି କୁଆଡେ ଫେରାର ହୋଇଯାଇଥିବା ବେଳେ ଖୋଜାଖୋଜି ଜାରି ରହିଛି । ସେପଟେ ଗୁରୁତର ଡିଗସନଙ୍କୁ ନୂଆପଡା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ଏନେଇ କୋମନା ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣା ପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ