ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ବାଇକ୍‌ରେ ଦୁଇଜଣ ହେଲମେଟ ନ ପିନ୍ଧିଲେ ବାତିଲ ହେବ ଲାଇସେନ୍ସ, ଜରିମାନା ଦେବେ ୧୦୦୦ ଟଙ୍କା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସଡ଼କ ଓ ପରିବହନ ବିଭାଗ ଟ୍ରାଫିକ ନିୟମର କାର୍ଯ୍ୟକାରୀତାକୁ ୨୦୨୧ ମସିହା ଜାନୁଆରି ୧ ତାରିଖଠାରୁ କଡ଼ାକଡ଼ି କରିଛନ୍ତି । ଏଥିଲାଗି ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ତନଖି କଡ଼ାକଡ଼ି କରାଯାଇଛି। ସଡ଼କ ଓ ପରିବହନ କର୍ତ୍ତୃପକ୍ଷଙ୍କ ତରଫରୁ ଟୁଇଟ କରି ସୂଚନା ଦିଆଯାଇଛି ଯେ, ନୂଆ ନିୟମକୁ କଡ଼ାକଡ଼ି କରି ଦିଆଯାଇଛି। ନୂଆ ନିୟମ ଅନୁସାରେ ବାଇକ୍‌ରେ ବାହାରକୁ ଯାଉଥିଲେ ଉଭୟ ଚାଳକ ଓ ପଛରେ ଥିବାଯାତ୍ରୀ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ଏହି ନିୟମ ନ ମାନିଲେ ୩ ମାସ ପାଇଁ ଲାଇସେନ୍ସ ବାତିଲ ହେବ। ଏଥି ସହିତ ୧୦୦୦ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡ଼ିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ