ଦେଶ ବିଦେଶ ସ୍ୱାସ୍ଥ୍ୟ

ଆଣ୍ଟାର୍କଟିକାରେ ସଂକ୍ରମଣ ବ୍ୟାପିବା ସହ ପୃଥିବୀର ଶେଷ ପ୍ରାନ୍ତରେ ପହଞ୍ଚିଲା କରୋନାଭାଇରସ୍‌

ସାଣ୍ଟିଆଗୋ: ପୂର୍ବରୁ କୋଭିଡ୍‌-୧୯ ସଂକ୍ରମଣ ମୁକ୍ତ ଥିବା ଶେଷ ମହାଦେଶ ଆଣ୍ଟାର୍କଟିକାରେ କରୋନାଭାଇରସ୍‌ ପହଞ୍ଚିଥିବା କଥା ଏ ସପ୍ତାହରେ ଚିଲିର ସେନାବାହିନୀ କହିଛି।

ସେଠାରେ ଥିବା ସମୁଦ୍ର ଓ ପ୍ରକାଣ୍ଡ ବରଫ ଖଣ୍ଡ ପରିବେଷ୍ଟିତ ସୁଦୂର ଗବେଷଣା କେନ୍ଦ୍ରରୁ କର୍ମଚାରୀମାନଙ୍କୁ ସ୍ଥାନାନ୍ତର କରି କ୍ୱାରେଣ୍ଟିନ୍‌ରେ ରଖିବାକୁ ତତ୍ପରତା ଦେଖାଦେଇଥିଲା।

ଚିଲିର ସଶସ୍ତ୍ର ବାହିନୀ କହିଛି ଯେ, ତା’ର ‘ବର୍ଣ୍ଣାର୍ଡୋ ଓ’ହିଗିନ୍‌ସ୍‌ ଆଡ୍ଡା’ରେ ୩୬ଜଣ ବ୍ୟକ୍ତି କରୋନାଭାଇରସ୍‌ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ୨୬ଜଣ ସେନା କର୍ମଚାରୀ ହୋଇଥିବା ବେଳେ ଆଡ୍ଡାର ଦେଖାଶୁଣା କରୁଥିବା ୧୦ଜଣ ବେସାମରିକ ଠିକାଦାର ଅଟନ୍ତି।

ଚିଲି ସେନାବାହିନୀ ପରିଚାଳିତ ସ୍ଥାୟୀ କର୍ମଚାରୀ ଥିବା ଏହି ଗବେଷଣା କେନ୍ଦ୍ରଟି ଆଣ୍ଟାର୍କଟିକାର ଉତ୍ତରଦିଗର ଶେଷ ପ୍ରାନ୍ତରେ ଥିବା ଏକ ଉପଦ୍ୱୀପରେ ଅବସ୍ଥିତ।

ଚିଲି ସେନାବାହିନୀ କହିଛି ଯେ, ଆକ୍ରାନ୍ତ ଆଡ୍ଡା କର୍ମଚାରୀଙ୍କୁ ପୃଥକ୍‌ କରାଯିବା ସହ ଚିଲିର ପାଣ୍ଟାଗୋନିଆରେ ଥିବା ମେଗାଲାନିସ୍‌ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷମାନଙ୍କଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।

ଆଣ୍ଟାର୍କଟିକାରେ ସଂକ୍ରମଣ ନ ହେବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା। ପୃଥିବୀର ଶେଷ ପ୍ରାନ୍ତରେ ଥିବା ଏହି ବରଫ ମହାଦେଶରେ ୩୮ଟି ଗବେଷଣା କେନ୍ଦ୍ରରେ ପ୍ରାୟ ୧୦୦୦ ଲୋକ ରହୁଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ