ଧର୍ମ

ଶନି ଦଶା ପାଇଁ ଚିନ୍ତିତ କି ? ଅବଲମ୍ବନ କରନ୍ତୁ ଏହି ଉପାୟ, ମିଳିବ ଶନିଙ୍କ କୃପା

ଭୁବନେଶ୍ୱର : ଶନି ଗ୍ରହ ସାଧାରଣତଃ ସମସ୍ତଙ୍କୁ ଭୟଭୀତ କରିଥାନ୍ତି | ସବୁ ଗ୍ରହମାନଙ୍କ ମଧ୍ୟରେ ଶନି ଗ୍ରହ ସମସ୍ତଙ୍କ ଠାରୁ ଧୀରେ ଚାଲନ୍ତି | ବୈଦିକ ଜ୍ୟୋତିଷଶାସ୍ତ୍ରରେ ଶନିଙ୍କ ବିଶେଷ ମହତ୍ୱ ରହିଛି | କୁଣ୍ଡଳୀରେ ଶନି ଶୁଭ ସ୍ଥାନରେ ଥିଲେ ବ୍ୟକ୍ତି ଭିକାରୀରୁ ରାଜା ପାଲଟିଯାଏ | ଶନି ଯଦି କୁଣ୍ଡଳୀର ଅଶୁଭ ସ୍ଥାନରେ ଥାଆନ୍ତି ତାହେଲେ ବ୍ୟକ୍ତିଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡେ | କୁଣ୍ଡଳୀରେ ଶନିଙ୍କ ସ୍ଥିତିକୁ ଶୁଭ କରିବା ପାଇଁ କିଛି ଉପାୟ ରହିଛି | ଏହି ଉପାୟ ଅବଲମ୍ବନ କଲେ ଶନିଙ୍କ କୃପା ରହିବ |
ଶନିଙ୍କୁ ପ୍ରସନ୍ନ କରିବା ପାଇଁ ସବୁଠାରୁ ଉତ୍ତମ ଉପାୟ ହେଲା, ଶନିବାର ଦିନ ଶନି ପ୍ରଦୋଷ, ଶନି ଅମାବାସ୍ୟା, ଶନି ଜୟନ୍ତୀ ଏବଂ ଭଗବାନ ହନୁମାନଙ୍କ ଆରାଧନା କରିବା ଉଚିତ |

– ଶନିବାର ଦିନ ସୋରିଷ ତେଲରେ ରୁଟି ତିଆରି କରି କଳା କୁକୁରକୁ ଖାଇବାକୁ ଦେବା ଉଚିତ
– ଯଦି ଶନିଙ୍କ ମହାଦେଶ ଚାଲିଛି ତାହେଲେ ମାଂସ-ମଦ ବର୍ଜନ କରି ସାକାହାରୀ ଭୋଜନ କରିବା ଉଚିତ
– ପ୍ରତିଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ | ଫଳରେ ଶନିଙ୍କ କୁପ୍ରଭାବରୁ ମୁକ୍ତି ମିଳିବ

– ଶନିଙ୍କ କୁପ୍ରଭାବରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ କଳା ଗାଈକୁ ଖାଇବାକୁ ଦେଇ ସେବା କରିବା ଉଚିତ
– ପ୍ରତି ଶନିବାର ଦିନ ଶନି ମନ୍ଦିର ଯାଇ ଶନି ମହାରାଜଙ୍କୁ ସୋରିଷ ତେଲ ଅର୍ପଣ କରିବା ଉଚିତ
– ଅଶ୍ୱତ୍ଥ ବୃକ୍ଷ ମୂଳରେ ତେଲ ଦୀପ ଲଗାଇ ପୂଜା କଲେ ଶନିଙ୍କ କୃପା ମିଳିଥାଏ
– ହନୁମାନ ଚାଳିଶା, ଭୈରବ ଚାଳିଶା ଓ ଶନି ଚାଳିଶା ପାଠ କରିବା ଦ୍ୱାରା ଶନିଙ୍କ କୃପା ପ୍ରାପ୍ତ ହୋଇଥାଏ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ