ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସଫଳତା ପଥରେ ଫାଇଜର ଟିକା: ବ୍ରିଟେନ୍ ପରେ ବାହାରିନ୍ ରେ ଫାଇଜର-ବାୟୋଏନଟେକ୍ ଟିକାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଫାଇଜର ଟିକାକୁ ପୁଣି ଏକ ରାଷ୍ଟ୍ର ମଞ୍ଜୁରୀ ପ୍ରଦାନ କରିଛି । ବ୍ରିଟେନ୍ ପରେ ଏବେ ପୃଥିବୀର ଦ୍ୱିତୀୟ ରାଷ୍ଟ୍ର ଭାବେ ବାହାରିନ୍ ଫାଇଜର ଏବଂ ବାୟୋଏନଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏନେଇ ବାହାରିନ୍ ର ନ୍ୟାସନାଲ ହେଲଥ୍ ରେଗୁଲେଟୋରୀ ଅଥୋରିଟିର ମୁଖ୍ୟ ମାରିଅମ୍ ଅଲ୍- ଝାଲହାମାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଏ ସଂପର୍କରେ ବାହାରିନ୍ ନ୍ୟୁଜ୍ ଏଜେନ୍ସିରେ ଖବର ପ୍ରକାଶ ପାଇଛି । ତେବେ ଏହି ଟିକା ଦେଶର ଲୋକଙ୍କୁ କେବେ ଠାରୁ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ ।
ଅନ୍ୟପଟେ ଏହି ଫାଇଜର ଟିକା କରୋନା ଭୂତାଣୁକୁ ରୋକିବାରେ ୯୫ ପ୍ରତିଶତ ପ୍ରଭାବଶାଳୀ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି । ଟିକା ଉପଲବ୍ଧ ପାଇଁ ଜର୍ମାନୀର ବାୟୋଫାର୍ମାସିଟ୍ୟୁକାଲ କମ୍ପାନି ବାୟୋଏନ୍ଟେକ୍ ଏହାର ଆମେରିକୀୟ ସହଯୋଗୀ ଫାଇଜର ଔପଚାରିକ ଭାବେ ବାହାରିନ୍ ର ସ୍ୱୀକୃତିଲାଭ କରିଥିବା କଥା କହିଛନ୍ତି । ଏହା ସହ ବାହାରିନରେ ଖୁବଶୀଘ୍ର ଟିକାକରଣ କରାଯିବ ବୋଲି ବାହାରିନ୍ ର ନ୍ୟାସନାଲ ହେଲଥ୍ ରେଗୁଲେଟୋରୀ କହିଥିବା କଥା ବି ସେ ସୂଚନା ଦେଇଛନ୍ତି । ପ୍ରଥମେ ବ୍ରିଟେନ୍ ସରକାର ଏହି ଟିକାକୁ ମଞ୍ଜୁରୀ ଦେଇଥିବା ବେଳେ ଏବେ ବାହାରିନ୍ ଏହାକୁ ବି ମଞ୍ଜୁରୀ ପ୍ରଦାନ କରିଛି । ହେଲେ ଏହି ଟିକା କେତେ ଫଳପ୍ରଦ ହେବ ତାହା ଟିକାକରଣ ପରେ ସାମ୍ନାକୁ ଆସିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ