ଦେଶ ବିଦେଶ ରାଜନୀତି ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କୋଭିଡ୍ ନିୟମକୁ ଫୁ: ବିଜେପି ନେତାଙ୍କ ନାତୁଣୀ ନିର୍ବନ୍ଧରେ ସାମିଲ ହେଲେ ୬ ହଜାର ଲୋକେ

ଗାନ୍ଧିନଗର ୦୨/୧୨ : କରୋନା ଭାଇରସକୁ ନେଇ ଗୁଜରାଟ ସରକାର ଆଲର୍ଟ ମୋଡ଼ରେ ଅଛନ୍ତି। ଗୁଜରାଟର ପ୍ରମୁଖ ସହରରେ ରାତ୍ରି କର୍ଫ୍ୟୁ ଜାରି କରାଯାଇଛି। କୋଭିଡ୍ ନିୟମ ଉଲଙ୍ଘନ କଲେ ପୋଲିସ ଜରିମାନା ଅସୁଲ କରୁଛି। କିନ୍ତୁ ଭାରତୀୟ ଜନତା ପାର୍ଟିର ଜଣେ ନେତା ସରକାରଙ୍କ ନିୟମକୁ ଠେଙ୍ଗା ଦେଖାଇଛନ୍ତି। ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ କାନ୍ତି ଗାମିତଙ୍କ ନାତୁଣୀଙ୍କ ନିର୍ବନ୍ଧରେ ୬ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ। ଏହି ସମୟରେ ସାମାଜିକ ଦୂରତା ନିୟମ ଭୁଲି ଲୋକେ ଗରବା ନାଚ ମଧ୍ୟ କରିଥିଲେ। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହାର ଭିଡିଓ ଭାଇରାଲ ହୋଇଛି। ମାମଲାକୁ ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଙ୍ଗଳବାର ଦିନ ପୋଲିସ ପୂର୍ବତନ ମନ୍ତ୍ରୀଙ୍କୁ ପଚରାଉଚୁରା କରିଛି। ରାଜ୍ୟ ଗୃହ ମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ଭିଡିଓର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଗୁଜରାଟ ତାପି ଜିଲ୍ଲାରେ ଡୋସୱାଡା ଗାଁରେ ବିଜେପି ନେତା ଗାମିତଙ୍କ ନାତୁଣୀଙ୍କ ନିର୍ବନ୍ଧ ସମାରୋହ ହୋଇଥିଲା। ନିର୍ବନ୍ଧରେ ୬ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ ଏବଂ ସାମାଜିକ ଦୂରତା ଭୁଲି ଗରବା ନାଚ କରିଥିଲେ। ମାମଲାରେ ସୁରଟ ଆଇଜିପି ରାଜକୁମାର ପାଣ୍ଡିୟନଙ୍କ ଆଦେଶ ପରେ ଏସପି ମାମଲା ରୁଜ୍ଜୁ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସମାରୋହରେ ସାମିଲ ହୋଇଥିବା ଲୋକଙ୍କ ବିରୋଧରେ ମଧ୍ୟ ମାମଲା ରୁଜ୍ଜୁ ହେବ ଏବଂ ଦାୟିତ୍ବହୀନ ପୋଲିସ କର୍ମୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମାମଲାକୁ ନେଇ କଂଗ୍ରେସ ପ୍ରବକ୍ତା ମନୀଷ ଦୋଷୀ ଜିଲ୍ଲା ଅଧିକାରୀ ଓ ପୋଲିସକୁ ପ୍ରଶ୍ନ କରିଛନ୍ତି। ସେ ଆରୋପ ଲଗାଇଛନ୍ତି ଯେ ଆଇନ କେବଳ ସାଧାରଣ ଜନତାଙ୍କ ପାଇଁ, ବିଜେପି ନେତାଙ୍କ ପାଇଁ ନୁହେଁ। କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ସରଳ ପଟେଲ ମଧ୍ୟ ସମାରୋହର ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ସେ ଲେଖିଛନ୍ତି, ଗୁଜରାଟରେ କୋଭିଡ ନିୟମ, ଗାଇଡଲାଇନ ବିଜେପି ନେତାଙ୍କ ପାଇଁ ଲାଗୁ ହେଉନୁହେଁ।

ମଙ୍ଗଳବାର ଦିନ ପୋଲିସ ପୂର୍ବତନ ମନ୍ତ୍ରୀଙ୍କୁ ମଧ୍ୟ ପଚରାଉଚୁରା କରିଥିଲା। ସେ କହିଥିଲେ ତାଙ୍କ ନାତୁଣୀର ନିର୍ବନ୍ଧ ଥିଲା ଏବଂ ଏଥିପାଇଁ ୧୫୦୦ ରୁ ୨୦୦୦ ଲୋକଙ୍କ ପାଇଁ ଭୋଜନ ଆୟୋଜନ ହୋଇଥିଲା। ହ୍ୱାଟ୍ସଆପ ଜରିଆରେ ଲୋକେ ସମାରୋହ ସମ୍ପର୍କରେ ଜାଣିବାକୁ ପାଇଥିଲେ ଏବଂ ସାମିଲ ହୋଇଥିଲେ। ସେ କହିଥିଲେ ଯେ ଗାଁଟି ଆଦିବାସୀ ଅଞ୍ଚଳରେ ଅଛି ଏବଂ ସମାରୋହରେ ସାମିଲ ହେବାକୁ ସେ କାହାକୁ ମନା କରିପାରିବେ ନାହିଁ। ତେବେ ସେ ନିଜ ଭୁଲ ସ୍ୱୀକାର କରିଛନ୍ତି।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର