ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ

ଭୁବନେଶ୍ବର ୨।୧୨: ଓଡିଶାରେ କୋଭିଡ୍ ପରୀକ୍ଷା ପାଇଁ ନୂଆ ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର । ଏଣିକି ୪ଶହ ଟଙ୍କାରେ ହେବ କରୋନା RT-PCR ପରୀକ୍ଷଣ । ଘରୋଇ ଲ୍ୟାବରେ ମଧ୍ୟ କରିହେବ ପରୀକ୍ଷା । ପରୀକ୍ଷଣର ତତ୍ତ୍ବାବଧାନରେ ଘରୋଇ ଲ୍ୟାବଗୁଡିକ ପରୀକ୍ଷା କରିବେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ସୋମବାର ଦିନ ଦିଲ୍ଲୀ ସରକାର ମଧ୍ୟ RT-PCR ପରୀକ୍ଷା ଦର କମାଇଥିଲେ । ଦିଲ୍ଲୀରେ ଘରୋଇ ଲ୍ୟାବ୍ ରେ କୋଭିଡ୍ RT-PCR ପରୀକ୍ଷା ଦର ୨୪୦୦ରୁ ହ୍ରାସ କରି ୮୦୦ ଟଙ୍କା କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ସେଭିଭଳି ଉତ୍ତରପ୍ରଦେଶରେ ମଧ୍ୟ RT-PCR ପରୀକ୍ଷା୧୬୦୦ ବଦଳରେ ୭୦୦ ଟଙ୍କାରେ କରାଯିବ ବୋଲି ଘୋଷଣା କରାଯାଇଛି । ଉତ୍ତରାଖଣ୍ଡରେ ମଧ୍ୟ ଏହି ଦର ୧୬୦୦ରୁ ହ୍ରାସ ପାଇ ୯୦୦ ଟଙ୍କା ହୋଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଓଡିଶା ସରକାର ମଧ୍ୟ କୋଭିଡ୍ RT-PCR ପରୀକ୍ଷା ଦର କମାଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ