ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଆଜି ବିଶ୍ୱ ଏଡ୍‌ସ ଦିବସ : ବାଲେଶ୍ୱର ଜିଲ୍ଲାରେ ମାସକୁ ଚିହ୍ନଟ ହେଉଛନ୍ତି ୧୦ ରୋଗୀ ସବୁଠାରୁ ଆଗରେ ସୋର ବ୍ଲକ୍‌, ୯୯ ଜଣ ଶିଶୁ ଆକ୍ରାନ୍ତ

ବାଲେଶ୍ୱର : ଆଜି ସାରା ବିଶ୍ୱରେ ପାଳନ ହେଉଛି ଏଡ୍‌ସ ଦିବସ। ଚଳିତବର୍ଷ ‘ନାକୋ’ ପକ୍ଷରୁ ଥିମ୍‌ ରହିଛି ‘ବିଶ୍ବ ଏକତା ଦାୟିତ୍ବର ସମଭାଗିତା’। ରୋଗଠୁ କିଭଳି ଦୂରେଇ ରହିବା, ସେନେଇ ସଚେତନତା ସୃଷ୍ଟି କରାଯାଉଛି। ହେଲେ ସବୁ ସଚେତନତା ପରେ ବି ବାଲେଶ୍ୱର ଜିଲ୍ଲାରେ ଏଡ୍‌ସ ରୋଗୀଙ୍କ ସଂଖ୍ୟା ଏବେ ବି ଚିନ୍ତାଜନକ ସ୍ଥିତିରେ ରହିଛି।

ଜିଲ୍ଲାରେ ୧୬୮୯ ଜଣ ଏଡ୍‌ସ ରୋଗୀ ଥିବା ବେଳେ ୩୯୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ଯୁବଗୋଷ୍ଠୀ। ଯଦି ପାଞ୍ଚ ବର୍ଷର ରେକର୍ଡକୁ ଦେଖିବା; ପ୍ରତିବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ୨୦୧୫-୨୦ ମସିହା ଅକ୍ଟୋବର ମାସ ମଧ୍ୟରେ ୫୬୫ ଜଣ ଆକ୍ରାନ୍ତ ହୋଇଛନ୍ତି। ୨୦୧୫ ମସିହାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧ ରହିଥିବା ବେଳେ ୨୦୧୬ ମସିହାରେ ୯୯ ଜଣ, ୨୦୧୭ ମସିହାରେ ୯୫, ୨୦୧୮ ମସିହାରେ ୯୭, ୨୦୧୯ ମସିହାରେ ୧୧୪ ଏବଂ ୨୦୨୦ ମସିହା ଅକ୍ଟୋବର ମାସ ମଧ୍ୟରେ ୫୯ ଜଣ ଆକ୍ରାନ୍ତ ହୋଇଛନ୍ତି। ଉଲ୍ଲେଖ ଥାଉ କି କରୋନା ପାଇଁ ଏଡ୍‌ସ ପରୀକ୍ଷା ହୋଇ ନଥିବାରୁ ଚଳିତ ବର୍ଷ ଆକ୍ରାନ୍ତ ସଂଖ୍ୟା ଏତେ କମ୍‌ ରହିଛି ବୋଲି ବିଭାଗୀୟ ଜଣେ ଅଧିକାରୀ କହିଛନ୍ତି।

ତେବେ ସବୁଠାରୁ ଅଧିକ ଏଚ୍‌ଆଇଭି ଚିହ୍ନଟ ହୋଇଛନ୍ତି ସୋର ବ୍ଲକ୍‌ରେ। ଏହା ତଳକୁ ରହିଛି ଖଇରା ବ୍ଲକ୍‌। ସଦର ବ୍ଲକ୍‌ରେ ବି ଆକ୍ରାନ୍ତଙ୍କ ସଂଖ୍ୟା କିଛି କମ୍‌ ନାହିଁ। ପ୍ରତିମାସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮/୧୦ ଜଣଙ୍କଠାରେ ଏଚ୍‌ଆଇଭି ଚିହ୍ନଟ ହେଉଛି। ବର୍ତ୍ତମାନ ପାଖାପାଖି ୧୪ ଶହ ଲୋକ ନିୟମିତ ଭାବେ ‌ଚିକିତ୍ସିତ ହେଉଥିବା ବେଳେ ବାକି ‌ରୋଗୀଙ୍କର ଖୋଜଖବର ନାହିଁ। ସେହିପରି ଅଧିକାଂଶ ଲୋକେ ସମାଜ ନିନ୍ଦାକୁ ଭୟ କରି ଏହି ରୋଗକୁ ଲୁଚାଉଛନ୍ତି। ଆଉ ନିୟମିତ ଚିକିତ୍ସିତ ନହୋଇ ଏ ଦିଗରେ ସଚେତନ ବି ରହୁନାହାନ୍ତି। ଫଳରେ ଦିନକୁ ଦିନ ଜିଲ୍ଲାରେ ପ୍ରତିବର୍ଷ ଏଡ୍‌ସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି।

ମୁଖ୍ୟ କଥା ହେଲା, ଆକ୍ରାନ୍ତ ସଂଖ୍ୟା ମଧ୍ୟରେ ୯୯ ଜଣ ପିଲା ରହିଛନ୍ତି। ସାଧାରଣତଃ ବାପାମା’ଙ୍କ ସଚେତନତା ଅଭାବରୁ ପିଲାଙ୍କ ପାଖକୁ ଏହା ସଂକ୍ରମିତ ହେଉଛି। ଯାହା ଅତ୍ୟନ୍ତ ଚିନ୍ତାର ବିଷୟ।

ଅନ୍ୟପକ୍ଷରେ ଜିଲ୍ଲାରେ ୧୦ରୁ ଅଧିକ ଥାଲାସେମିଆ ‌ରୋଗୀ ‌ମଧ୍ୟ ଏଡ୍‌ସ ଆକ୍ରାନ୍ତ ହୋଇଛନ୍ତି। ପ୍ରତିମାସ ନେଉଥିବା ରକ୍ତରୁ ଏହି ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ଯେତେ ସଚେତନ କରାଗଲେ ବି ଏଡ୍ସକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରୁ ନାହିଁ ବୋଲି ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ଜଣାପଡ଼ିଛି।

ତେବେ ଏ ସଂପର୍କରେ ଜିଲ୍ଲା ଏଡ୍‌ସ ସୁପରଭାଇଜର ପତିତପାବନ ବାରିକ କହିଛନ୍ତି, ‌ସଚେତନତା ଅଭାବରୁ ଏଡ୍‌ସ ବୃଦ୍ଧି ପାଉଛି। ସଂକ୍ରମଣ କମେଇବା ପାଇଁ ଚଳିତବର୍ଷଠୁ ଗର୍ଭବତୀ ମା’ଙ୍କୁ ସ୍କ୍ରିନିଂ କରାଯାଉଛି। ଯାହାଫଳରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନା ପାଇଁ ପରୀକ୍ଷା ବନ୍ଦ ଥିବାରୁ ଆକ୍ରାନ୍ତ ଚିହ୍ନଟ ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ହୋଇଥାନ୍ତା।

ବ୍ଲକ୍‌ ଆକ୍ରାନ୍ତ ସଂଖ୍ୟା
ବାହାନଗା ୯୧
ବାଲିଆପାଳ ୪୯
ବସ୍ତା ୮୪
ଭୋଗରାଇ ୧୩୦
ଜଳେଶ୍ବର ୧୬୩
ଖଇରା ୨୦୯
ନୀଳଗିରି ୬୩
ଔପଦା ୫୮
ରେମୁଣା ୯୮
ସଦର ୨୦୬
ସିମୁଳିଆ ୮୦
ସୋର ୨୨୩

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ