ଦେଶ ବିଦେଶ ସ୍ୱାସ୍ଥ୍ୟ

ଗୁଜରାଟର ରାଜକୋଟସ୍ଥିତ କୋଭିଡ୍‌ ହସ୍ପିଟାଲ୍‌ ‘ଆଇସିୟୁ’ରେ ନିଆଁ ଲାଗି ୫ ରୋଗୀ ମୃତ

ରାଜକୋଟ: ଗତ ବିଳମ୍ବିତ ରାତ୍ରରେ ଗୁଜରାଟର ରାଜକୋଟ ସହରରେ ଥିବା ଏକ କୋଭିଡ୍‌ ହସ୍ପିଟାଲ୍‌ରେ ନିଆଁ ଲାଗିଯିବାରୁ ଅନ୍ୟୂନ ୫ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ହସ୍ପିଟାଲ୍‌ର ‘ଇଣ୍ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌’ରେ (ଆଇସିୟୁ) ନିଆଁ ଲାଗିଥିବା ଜଣାପଡ଼ିଛି।

ପ୍ରାପ୍ତ ତଥ୍ୟ ଅନୁସାରେ, ନିଆଁ ଲାଗିଥିବା ସମୟରେ ‘ଆଇସିୟୁ’ରେ ପ୍ରାୟ ୧୧ଜଣ ରୋଗୀ ଥିଲେ। ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅବଶିଷ୍ଟ ୫ଜଣ ପ୍ରାଣ ହରାଇଛନ୍ତି।

କୋଭିଡ୍‌ ହସ୍ପିଟାଲ୍‌ର ଦ୍ୱିତୀୟ ତାଲାରେ ‘ବିଜୁଳି ସର୍ଟ ସର୍କିଟ୍‌’ କାରଣରୁ ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।

‘ଆଇସିୟୁ’ରୁ ହିଁ ପ୍ରଥମେ ଅଗ୍ନିକାଣ୍ଡ ଆରମ୍ଭ ହୋଇଥିବା କଥା ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ କହୁଥିବା ବେଳେ ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ରାଜକୋଟ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛନ୍ତି ଏବଂ ସେଠାରେ ଥିବା ସମସ୍ତ ରୋଗୀଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଅଗ୍ନିଶମ ଅଧିକାରୀ ଜେ.ବି. ତେବାସୈଦ୍‌ ଗଣମାଧ୍ୟମକୁ କହିଛନ୍ତି, ରାତି ପ୍ରାୟ ୧ଟା ବେଳେ ମବଡ଼ି ଅଞ୍ଚଳରେ ଥିବା ଉଦୟ ଶିବାନନ୍ଦ ହସ୍ପିଟାଲ୍‌ର ‘ଆଇସିୟୁ’ରେ ନିଆଁ ଲାଗିଯାଇଥିଲା। ସେଠାରେ ୩୩ ଜଣ ରୋଗୀ ଚିକିତ୍ସାଧୀନ ଥିଲେ। ଫୋନ୍‌ ପାଇବା ପରେ ଆମେ ତୁରନ୍ତ ଘଟଣାସ୍ଥଳକୁ ଯାଇ ୩୦ଜଣ ରୋଗୀଙ୍କୁ ଉଦ୍ଧାର କଲୁ। ‘ଆଇସିୟୁ’ରେ ତିନିଜଣ ରୋଗୀଙ୍କର ମୃତ୍ୟୁ ଘଟିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ