ସ୍ୱାସ୍ଥ୍ୟ

ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଫ୍ରୋଜନ୍ ଫୁଡ : ସାବଧାନ! ଅତ୍ୟଧିକ ଖାଇଲେ ହେବ ଏହି ସବୁ ମାରାତ୍ମକ ରୋଗ

ପରିବର୍ତ୍ତିତ ଜୀବନଶୈଳୀ ଏବଂ ସମୟର ଅଭାବ ଯୋଗୁଁ ଫ୍ରୋଜନ୍ ଏବଂ ପ୍ୟାକଡ ଫୁଡର ଚାହିଦା ବଢ଼ିଯାଇଛି। ତାଜା ଖାଦ୍ୟ ତୁଳନାରେ ଫ୍ରୋଜନ୍ ଫୁଡକୁ ସ୍ବାସ୍ଥ୍ୟ ପାଇଁ ଉପଯୁକ୍ତ କୁହାଯାଇଥାଏ। ଫ୍ରୋଜନ୍ ଫୁଡରେ ହାଇଡ୍ରୋଜେନେଟେଡ ପାମ୍ ଅୟେଲ୍ ବ୍ୟବହାର କରାଯାଇଥାଏ ଯେଉଁଥିରେ ହାନିକାରକ ଟ୍ରାନ୍ସ ଫ୍ୟାଟ୍ ରହିଥାଏ। ଏହା ବ୍ୟତୀତ ଏଥିରେ ଷ୍ଟାର୍ଚ ଏବଂ ଗ୍ଲୁକୋଜରୁ ପ୍ରସ୍ତୁତ କର୍ଣ୍ଣ ସିରପ୍ ଭଳି ପ୍ରିଜରଭେଟିଭ ବ୍ୟବହାର କରାଯାଇଥାଏ।


ଫ୍ରୋଜନ୍ ଫୁଡରେ ସୋଡ଼ିୟମର ମାତ୍ରା ମଧ୍ୟ ଅତ୍ୟଧିକ ରହିଥାଏ। ଏହା ଯୋଗୁଁ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ହୋଇଥାଏ। ଏହି ଖାଦ୍ୟକୁ ବେଳେ ବେଳେ ଖାଇ ପାରିବେ କିନ୍ତୁ ଏହାକୁ ଅଭ୍ୟାସ କରନ୍ତୁ ନାହିଁ। ଆସନ୍ତୁ ଜାଣିବା ଏଗୁଡ଼ିକ ଅଧିକ ବ୍ୟବହାର କରିବା ଦ୍ବାରା କେଉଁ କେଉଁ ସମସ୍ୟା ହୋଇପାରେ।

୧. ଡାଇବେଟିସ୍ : ଫ୍ରୋଜନ୍ ଫୁଡକୁ ତାଜା ରଖିବା ପାଇଁ ଷ୍ଟାର୍ଚ ବ୍ୟବହାର କରାଯାଇଥାଏ। ଏହି ଷ୍ଟାର୍ଚ ଖାଦ୍ୟରେ ସ୍ବାଦ ବଢ଼ାଇବା ସହ ଦେଖିବାକୁ ମଧ୍ୟ ଭଲ ଲାଗିଥାଏ। ବିଘଟନ ହେବା ପୂର୍ବରୁ ଆମ ଶରୀର ଏହି ଗ୍ଲୁକୋଜକୁ ସୁଗରରେ ପରିବର୍ତ୍ତନ କରିଥାଏ। ସୁଗାରର ଅଧିକ ମାତ୍ରା ଡାଇବେଟିସ୍ ହେବାର ସମ୍ଭାବନା ବଢ଼ାଇ ଦେଇଥାଏ। ଏହା ବ୍ୟତୀତ ଏହା ଶରୀରର ଅଙ୍ଗପ୍ରତ୍ୟେଙ୍ଗକୁ କ୍ଷତି ପହଞ୍ଚାଇଥାଏ।

୨. ହୃଦରୋଗ : ଫ୍ରୋଜନ୍ ଏବଂ ପ୍ରୋସେସଡ ଫୁଡ ସହ ଜଡ଼ିତ ଅନ୍ୟ ଏକ ବିପଦ ହେଉଛି ହୃଦରୋଗ। ଏହି ଖାଦ୍ୟରେ ଥିବା ଟ୍ରାନ୍ସ ଫ୍ୟାଟ୍ ବନ୍ଦ ଧମନୀର ସମସ୍ୟା ବଢ଼ାଇଥାଏ। ଟ୍ରାନ୍ସ ଫ୍ୟାଟ୍ ଶରୀରରେ ଖରାପ କୋଲେଷ୍ଟୋଲ୍ ସ୍ତରକୁ ବଢ଼ାଇଥାଏ ଏବଂ ଭଲ କୋଲେଷ୍ଟୋଲ କମ୍ କରି ଦେଇଥାଏ ଯାହା ଫଳରେ ହୃଦରୋଗର ଆଶଙ୍କା ବଢ଼ି ଯାଇଥାଏ। ଏଥିରେ ସୋଡିୟମର ମାତ୍ରା ଅଧିକ ଥାଏ ଯାହା ଫଳରେ ରକ୍ତଚାପ ମଧ୍ୟ ବଢ଼ି ଯାଇଥାଏ।


୩. ଅତ୍ୟଧିକ କ୍ୟାଲୋରୀ : ଫ୍ରୋଜନ୍ ଫୁଡରେ ଫ୍ୟାଟ୍ ବହୁତ ଅଧିକ ଥାଏ। ଫ୍ୟାଟରେ କାର୍ବୋହାଇଡ୍ରେଟ୍ କିମ୍ବା ପ୍ରୋଟିନ ତୁଳନାରେ ୨ଗୁଣ ମାତ୍ରାରେ କ୍ୟାଲୋରୀ ହୋଇଥାଏ। ଯେପରିକି ଏକ କପ୍ ଫ୍ରୋଜନ୍ ଚିକେନରେ ପାଖାପାଖି ୬୦୦କ୍ୟାଲୋରୀ ହୋଇଥାଏ।


୪. କ୍ୟାନସର : ଅତ୍ୟଧିକ ଫ୍ରୋଜନ୍ ଫୁଡ ଖାଇବା ଦ୍ବାରା କ୍ୟାନସରର ଆଶଙ୍କା ବଢ଼ି ଯାଇଥାଏ। ଗବେଷଣାରୁ ଜଣା ପଡ଼ିଛି ଯେ ଫ୍ରୋଜନ୍ ଫୁଡ,ଖାସ୍ କରି ଫ୍ରୋଜନ୍ ମାଂସ ଖାଇବା ଦ୍ବାରା ଅଗ୍ନାଶୟ କ୍ୟାନସରର ସମ୍ଭାବନା ବଢ଼ି ଯାଇଥାଏ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।