ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଖ୍ରୀଷ୍ଟମାସ ସୁଦ୍ଧା ଟିକା ବିତରଣ କରିବ ଫାଇଜର!

ନୂଆଦିଲ୍ଲୀ: ଗତକାଲି ଆମେରିକାର ବହୁରାଷ୍ଟ୍ରୀୟ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଫାଇଜର ଦ୍ବାରା ତିଆରି କୋଭିଡ ଟିକାର ନୈଦାନିକ ପରୀକ୍ଷଣ ଶେଷ ହେବା ସହ ଏହି ଟିକା ୯୫ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନି ଦାବି କରିଥିଲା। ତେବେ କମ୍ପାନି ପକ୍ଷରୁ ଏଭଳି ଦାବି କରାଯିବା ପରେ ସବୁ କିଛି ଠିକ୍ ରହିଲେ ଖ୍ରୀଷ୍ଟମାସ ସୁଦ୍ଧା ଟିକା ବିତରଣ ଆରମ୍ଭ କରିଦିଆଯିବ ବୋଲି ବାୟୋଏନ୍‌ଟେକ୍‌ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଉଗୁର ସଚିନ କହିଛନ୍ତି।

ତାଙ୍କ କହିବା ମୁତାବକ, ଯଦି ସବୁ କିଛି ଠିକ୍ ରୁହେ ତେବେ ମୁଁ ଆଶା କରୁଛି ଯେ, ଡିସେମ୍ବର ମାସ ଦ୍ୱିତୀୟ ଭାଗରେ ଆମେ ଆମେରିକା ସରକାରଙ୍କଠାରୁ ଜରୁରୀକାଳୀନ ଅନୁମତି ପାଇବୁ ଏବଂ ଖ୍ରୀଷ୍ଟମାସ ପୂର୍ବରୁ ବିତରଣ ଆରମ୍ଭ କରିବୁ। ଫାଇଜର୍’ ଏବଂ ‘ବାୟୋଏନ୍‌ଟେକ୍‌’ଦ୍ବାରା ମିଳିତ ଭାବେ ବିକଶିତ ଟିକା କୋଭିଡ୍‌-୧୯ ସଂକ୍ରମଣ ପ୍ରତିରୋଧ କରିବାରେ ୯୫% ଫଳପ୍ରଦ ହୋଇଥିବା କଥା କମ୍ପାନି କହିବା ପ‌ରେ ବାୟୋଏନ୍‌ଟେକ୍‌ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଉଗୁର ସଚିନ ଏଭଳି ବୟାନ ଦେଇଛନ୍ତି।

indiatoday
ଗତକାଲି ଔଷଧ ନିର୍ମାତା ଫାଇଜର୍ କହିଥିଲା ଯେ, ଟିକାକରଣର ଶେଷ ପର୍ଯ୍ୟୟରେ ଏହା ୯୫% ଫଳପ୍ରଦ ପ୍ରମାଣିତ ହୋଇଛି | ସବୁ ବର୍ଗର କରୋନା ରୋଗୀଙ୍କ ଉପରେ ଏହାର ପ୍ରଭାବ ଭଲ ରହିଥିବା ସହ କୌଣସି ବଡ଼ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ | ବିଶେଷ କରି ୬୫ବର୍ଷରୁ ଅଧିକ ବୟସ୍କ ରୋଗୀଙ୍କ ଶରୀରରେ ଏହି ଟିକା ୯୪% ଫଳପ୍ରଦ ହୋଇଛି | ଶେଷ ପର୍ଯ୍ୟାୟ ରିପୋର୍ଟ ଅନୁଯାୟୀ ଏହି ଟିକାର ବ୍ୟବହାର ସାରା ବିଶ୍ୱରେ ବ୍ୟାପକ ଭାବରେ ହୋଇପାରିବ। ଏହି ଫଳାଫଳ ଆସିବା ପରେ ଆମେରିକା ସରକାରଙ୍କଠାରୁ ଜରୁରୀକାଳୀନ ଅନୁମତି ପାଇଁ ଆବେଦନ କରିବାକୁ କମ୍ପାନି ଯୋଜନା କରୁଥିବା କହିଥିଲା |

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ