ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ନଭେମ୍ବରରେ ଖୋଲିଲା କ୍ୟାମ୍ପସ୍, ମାସେ ଭିତରେ ମଣିପାଲ ଏକାଡେମୀ ଅଫ୍ ହାୟର ଏଜୁକେସନର ୬୯ ଛାତ୍ରଛାତ୍ରୀ କରୋନା ପଜିଟିଭ

ବେଙ୍ଗାଲୁରୁ ୧୯/୧୨ : ମଣିପାଲ ୟୁନିଭରସିଟିରେ ୬୯ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । କର୍ଣ୍ଣାଟକର ଉଦୁପି ଜିଲ୍ଲାରେ ଥିବା ମଣିପାଲ ଏକାଡେମୀ ଅଫ୍ ହାୟର ଏଜୁକେସନ୍ (MAHE) କହିଛି ଯେ ଗତ ନଭେମ୍ବର ମାସରେ କ୍ୟାମ୍ପସକୁ ଫେରିବା ପରେ ମୋଟ ୬୯ ଜଣ ଛାତ୍ର ଆକ୍ରାନ୍ତ ହୋଇଛନ୍ତି । MAHE ଅଧୀନରେ ଥିବା କଲେଜଗୁଡ଼ିକରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ନଭେମ୍ବର ମାସରେ କ୍ୟାମ୍ପସକୁ ଫେରିବାର ବିକଳ୍ପ ଦିଆଯାଇଥିଲା ।

ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ଯେ, ସେତେବେଳେ ପ୍ରାୟ ୭ ହଜାର ଛାତ୍ରଛାତ୍ରୀ କ୍ୟାମ୍ପସକୁ ଫେରିଥିଲେ ଯାହାକି ମଣିପାଲ ୟୁନିଭରସିଟିର ମୋଟ ଛାତ୍ରଛାତ୍ରୀଙ୍କର ୩୮ ପ୍ରତିଶତ । ମଣିପାଲରେ ପହଞ୍ଚିବା ପରେ ପ୍ରାୟ ୩ ହଜାର ୫୦ ଜଣ ଛାତ୍ରଛାତ୍ରୀଙ୍କର RT-PCR ଟେଷ୍ଟ କରାଯାଇଥିଲା । ତେବେ ଅନ୍ୟମାନେ ଆସିବା ବେଳେ RT-PCR ଟେଷ୍ଟ ରିପୋର୍ଟ ନେଇକି ହିଁ ଆସିଥିଲେ । ପରୀକ୍ଷା କରାଯାଇଥିବା ନମୂନାଗୁଡିକ ମଧ୍ୟରୁ ୫୨ ଜଣଙ୍କର ପଜିଟିଭ ଆସିଥିଲା । ଏଥିରେ ମଣିପାଲ ଇଞ୍ଜିନିୟରିଂ ପ୍ରତିଷ୍ଠାନ ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମଆଇଟି) ର ୧୩ ଜଣ ଛାତ୍ରଛାତ୍ରୀ ଅଛନ୍ତି ।

ପଜିଟିଭ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରେ ଥିବା ଏକ COVID- କେୟାର ସେଣ୍ଟରକୁ ସ୍ଥାନାନ୍ତର ରଖାଯାଇଥିବା ବେଳେ ରିପୋର୍ଟ ଆସିନଥିବା ଛାତ୍ରଛାତ୍ରୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ମଣିପାଲ ବିଶ୍ବବିଦ୍ୟାଳୟର ଅଧ୍ୟାପିକା ସୁମା ନାୟର କହିଛନ୍ତି ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କୋଭିଡ୍ ଗାଇଡଲାଇନକୁ ସମ୍ପର୍ଣ୍ଣ ଭାବେ ପାଳନ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ବିଶ୍ବବିଦ୍ୟାଳୟକୁ ବନ୍ଦ କରାଯାଇଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି