ଦେଶ ବିଦେଶ ରାଜନୀତି ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

୨୦୨୩ରେ ‘ଜି୨୦ ଶିଖର ସମ୍ମିଳନୀ’ ଆୟୋଜନ କରିବ ଭାରତ

ନୂଆଦିଲ୍ଲୀ/ରିୟାଦ୍‌: ପୂର୍ବ ନିର୍ଦ୍ଧାରିତ ସମୟର ବର୍ଷକ ପରେ ଅର୍ଥାତ୍‌ ୨୦୨୩ ଭାରତ ‘ଜି୨୦ ଶିଖର ସମ୍ମିଳନୀ’ ଆୟୋଜନ କରିବ ବୋଲି ରବିବାର ଦିନ ‘ଜି୨୦’ ନେତାମାନେ ଘୋଷଣା କରିଛନ୍ତି।

‘ଜି୨୦’ର ଓସାକା ଘୋଷଣାନାମା ଅନୁସାରେ, ୨୦୨୨ରେ ଭାରତ ଏହି ଶିଖର ସମ୍ମିଳନୀ ଆୟୋଜନ କରିବା କଥା। ଉକ୍ତ ଘୋଷଣାନାମାରେ ଉଲ୍ଲେଖ ଥିଲା ଯେ, ୨୦୨୦ରେ ସାଉଦି ଆରବ, ୨୦୨୧ରେ ଇଟାଲି ଏବଂ ୨୦୨୨ରେ ଭାରତରେ ଆମେ ଏକତ୍ର ହେବାକୁ ସ୍ଥିର କରିଛୁ।

‘ଜି୨୦ ରିୟାଦ୍‌ ଶିଖର ସମ୍ମିଳନୀ ନେତାଙ୍କ ଘୋଷଣାନାମାରେ କୁହାଯାଇଛି, ସଫଳ ରିୟାଦ୍‌ ଶିଖର ସମ୍ମିଳନୀ ଆୟୋଜନ କରିଥିବାରୁ ଏବଂ ‘ଜି୨୦’ର ପ୍ରକ୍ରିୟା ନିମନ୍ତେ ଅବଦାନ ଦେଇଥିବାରୁ ଆମେ ସାଉଦି ଆରବକୁ ଧନ୍ୟବାଦ ଦେଉଛୁ। ୨୦୨୧ରେ ଇଟାଲି, ୨୦୨୩ରେ ଭାରତ, ଏବଂ ୨୦୨୪ରେ ବ୍ରାଜିଲ୍‌ରେ ପୁଣି ଥରେ ଏହି ସମ୍ମିଳନୀରେ ଏକତ୍ର ହେବାକୁ ଆମେ ଚାହିଁ ରହିଲୁ।

୨୦୨୩ରେ ଭାରତ ଶିଖର ସମ୍ମିଳନୀ ଆୟୋଜନ କରିବା କଥା ଆଲୋଚନା ଏବଂ ପାରସ୍ପରିକ ସୁବିଧାକୁ ଭିତ୍ତିକରି ସଦସ୍ୟ ରାଷ୍ଟ୍ରର ନେତାମାନେ ଏହା ସ୍ଥିର କରିଛନ୍ତି। ଇଟାଲି ଏବଂ ଇଣ୍ଡୋନେସିଆ ଏହି ସମ୍ମିଳନୀ ଆୟୋଜନ କରି ସାରିବା ପରେ ଭାରତ ‘ଜି୨୦’ ଆଜେଣ୍ଡାକୁ ଆଗେଇ ନେବ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି