ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କରୋନା ଭୟ: ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଓହରି ଗଲେ ୩୧ ହଜାରରୁ ଅଧିକ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ ୨୦/୧୧: ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାଟାର୍ଡ ଆକାଉଣ୍ଟସ୍‌ ଅଫ୍‌ ଇଣ୍ଡିଆ (ICAI) ଜାନୁଆରୀରେ ଚାଟାର୍ଡ ଆକାଉଣ୍ଟ (CA) ପରୀକ୍ଷା ପାଇଁ ଘୋଷଣା କରିଛି। ଏହି ପରୀକ୍ଷା ୨୧ ଜାନୁଆରୀରୁ ନଭେମ୍ବରରେ ଯେଉଁ ସବୁ ସହରରେ ପରୀକ୍ଷା ଆ​‌ୟୋଜିତ ହୋଇଛି ସେହି ସବୁ ସହରରେ ହେବ ବୋଲି ଜଣାପଡ଼ିଛି। ତେବେ ନଭେମ୍ବରରେ ହେବାକୁ ଥିବା ପରୀକ୍ଷାରୁ ପାଖାପାଖି ୩୧,୫୦୦ ସିଏ ଆବେଦନକାରୀ ଓହରିଯାଇଥିବା ଜଣାପଡ଼ିଛି । ସେଥି ମଧ୍ୟରୁ ଦୁଇ ତୃତୀୟାଂଶ ଛାତ୍ରଛାତ୍ରୀ ଜାନୁଆରୀରେ ପରୀକ୍ଷା ଦେବାକୁ ମନସ୍ଥ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧,୬୮୭ ଜଣ ମେ’ ସେସନ୍‌ରେ ପରୀକ୍ଷା ଦେବେ।

ନଭେମ୍ବର ସେସନ ଶନିବାରଠୁ ଆରମ୍ଭ ହେବାକୁ ଥିବା ବେଳେ ଜାନୁଆରୀ ସେସ୍‌ନ ପାଇଁ ଆସିଏଆଇ ଗୁରୁବାର ଘୋଷଣା କରିଛି। ତେବେ ଯେଉଁ ପିଲା ନଭେମ୍ବରରେ ପରୀକ୍ଷା ଦେବାକୁ ଚାହୁଁ ନାହାନ୍ତି ସେମାନଙ୍କ ପାଇଁ ଏହି ଅତିରିକ୍ତ ସେସ୍‌ନ ଘୋଷଣା କରାଯାଇଥିବା ଜଣାପଡ଼ିଛି।

କରୋନା ମହାମାରୀ ସମୟରେ ପିଜିକାଲ୍‌ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି। ଏହାକୁ ଦୃଷ୍ଟିରେ ରଖି ଯେଉଁ ପିଲାମାନେ ପରୀକ୍ଷା ପାଇଁ ଅସହଜ ମନେ କରୁଛନ୍ତି ସେମାନେ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଓହରିଯାଇପାରିବେ ବୋଲି ଆଇସିଏଆଇ ସଭାପତି ଅତୁଲ ଗୁପ୍ତା କହିଥିଲେ।

ଆଇସିଏଆଇ କେନ୍ଦ୍ର ସରକାରଙ୍କ କରୋନା ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରି ୧୮ ଦିନିଆ ଫିଜିକାଲ ଫରୀକ୍ଷା କରୁଥିବା ନେଇ ଚାତ୍ରଛାତ୍ରୀ ଅଭିଯୋଗ କରିଥିଲେ। ବହୁ ପରୀକ୍ଷା କେନ୍ଦ୍ର, ବ୍ଲକ୍‌ରେ ବିଭକ୍ତ କରିବା ସହ ପ୍ରତି ବ୍ଲକ୍‌ରେ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ତେବେ ଏହା କରୋନା ଗାଇଡଲାଇନ୍‌ର ଖୋଲାଖୋଲି ଉଲ୍ଲଂଘନ ବୋଲି ମଧ୍ୟ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି