ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିଳମ୍ବ ହେଲେ ବି ମ୍ୟାଟ୍ରିକ ଓ ଯୁକ୍ତ୨ ପରୀକ୍ଷା ନିଶ୍ଚିତ ହେବ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର : ଚଳିତ ଶିକ୍ଷା ବର୍ଷରେ ନିଶ୍ଚିତ ଭାବରେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ହେବ । ପରୀକ୍ଷାରେ ସାମାନ୍ୟ ବିଳମ୍ବ ହୋଇପାରେ କିନ୍ତୁ ପରୀକ୍ଷା ନିଶ୍ଚିତ ଭାବରେ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି ।

ଆଜି ସେ କହିଛନ୍ତି ଯେ ସର୍ବନିମ୍ନ ୩ ମାସ ପାଠ ପଢାପରେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ହେବ । ଯଦି ସର୍ବ ଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନିଅନ୍ତି, ତେବେ ପରୀକ୍ଷା ବନ୍ଦ କରାଯାଇପାରେ । ମାତ୍ର ପରୀକ୍ଷା ବନ୍ଦ ନେଇ ଓଡ଼ିଶା ସରକାର କୌଣସି ନିଷ୍ପତ୍ତି ନେବେ ନାହିଁ । କାରଣ ପରୀକ୍ଷା ବନ୍ଦ ହେଲେ ପିଲାମାନେ ଗୋଟିଏ ବର୍ଷ ପଛେଇଯିବେ । ଅନ୍ୟପକ୍ଷରେ ଆସନ୍ତା ଡିସେମ୍ବର ୩୧ ପରେ ସ୍କୁଲ ଖୋଲିବା ନେଇ ବିଚାର କରାଯିବ ବୋଲି ସେ କହିଛନ୍ତି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି