ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

ସାଉଥ୍ ସୁପରଷ୍ଟାର୍ ରାମ ଚରଣଙ୍କୁ କରୋନା, ରହିଛନ୍ତି କ୍ବାରେଣ୍ଟାଇନ୍‌ରେ

ମୁମ୍ବାଇ ୨୯।୧୨: ସାଉଥ୍ ସୁପରଷ୍ଟାର ରାମ ଚରଣଙ୍କୁ କରୋନା । କୋଭିଡ୍-୧୯ ସଂକ୍ରମିତ ହେବା ପରେ ସେ ନିଜକୁ କ୍ବାରେଣ୍ଟାଇନ୍ କରିଛନ୍ତି । ନିକଟରେ ସେ ତାଙ୍କ କୋଭିଡ୍ ପରୀକ୍ଷା କରାଇଥିଲେ । ଯାହାର ରିପୋର୍ଟ ପଜିଟିଭ୍ ଆସିଛି । ଏ ନେଇ ରାମ ଚରଣ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ସୂଚନା ପ୍ରଦାନ କରିଛନ୍ତି ।

ରାମ ଚରଣ ଏକ ବୟାନ ଜାରି କରି ଲେଖିଛନ୍ତି ଯେ, ‘ମୋର କୋଭିଡ୍ ୧୯ ରିପୋର୍ଟ ପଜିଟିଭ୍ ଆସିଛି । କୌଣସି ଲକ୍ଷଣ ନାହିଁ । ମୁଁ ଘରେ ହିଁ ନିଜକୁ କ୍ବାରେଣ୍ଟାଇନ୍ କରିଛି । ଆଶା କରୁଛି ଶୀଘ୍ର ଠିକ୍ ହୋଇଯିବି । ମୁଁ ସୁସ୍ଥ ହୋଇ ଫେରିବି ।’

ଏହାସହ ରାମ ଚରଣ ଟ୍ବିଟରରେ ଲେଖିଛନ୍ତି, ‘ସମସ୍ତଙ୍କୁ ଅନୁରୋଧ ଗତ କିଛି ଦିନ ମଧ୍ୟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ତାଙ୍କର ଟେଷ୍ଟ କରାଇଦିଅନ୍ତୁ । ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଖୁବ୍ ଶୀଘ୍ର ଦେବି ।’

ଉଲ୍ଲେଖଯୋଗ୍ୟ ଯେ, ଖ୍ରୀଷ୍ଟମାସ ପୂର୍ବ ସନ୍ଧ୍ୟାରେ ରାମ ଚରଣ, ତାଙ୍କ ପତ୍ନୀ ଉପାସନା କାମିନେନି, ଅଲ୍ଲୁ ଅର୍ଜୁନ, ନିହାରିକା କୋନିଡେଲା ଏବଂ ତାଙ୍କ ସଂପର୍କୀୟ ଭାଇମାନେ ଏକାସଙ୍ଗେ ଉତ୍ସବ ପାଳନ କରିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ