ଦେଶ ବିଦେଶ ମନୋରଞ୍ଜନ

ମଶୁରିରେ ଫିଲ୍ମ ‘କାଶ୍ମୀର ଫାଇଲ୍ସ’ ସୁଟିଂ ବେଳେ ବିଗିଡିଗଲା ମିଥୁନ ଦା’ଙ୍କ ସ୍ୱାସ୍ଥ୍ୟ: ଅଧାରେ ବନ୍ଦ କରାଗଲା ସୁଟିଂ

ମୁମ୍ବାଇ ୨୧/୧୨ : ବଲିଉଡର ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଗତ କିଛି ଦିନ ହେଲା ଡେରାଡୁନ ଓ ମଶୁରିରେ ଫିଲ୍ମ ‘କାଶ୍ମୀର ଫାଇଲ୍ସ’ର ସୁଟିଂରେ ବ୍ୟସ୍ତ ଥିଲେ। ଶନିବାର ଦିନ ସୁଟିଂ ସମୟରେ ହଠାତ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା। ଫଳରେ ଫିଲ୍ମ ସୁଟିଂ ଅଧାରେ ବନ୍ଦ କରିବାକୁ ପଡିଥିଲା।


ସୂଚନା ଅନୁଯାୟୀ, ସୁଟିଂ ସମୟରେ ମିଥୁନ ହଠାତ ପେଟ ସଂକ୍ରମଣର ଶିକାର ହୋଇଥିଲେ। ସେଥିପାଇଁ ସୁଟିଂ ବନ୍ଦ କରି ତାଙ୍କୁ ତୁରନ୍ତ ହୋଟେଲକୁ ଅଣାଯାଇଥିଲା। ତାଙ୍କୁ ହସ୍ପିଟାଲ ନ ନେଇ ଡାକ୍ତରଙ୍କୁ ହୋଟେଲକୁ ଡକାଯାଇଥିଲା। ଡାକ୍ତର ତାଙ୍କୁ ଔଷଧ ଦେବାପରେ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି। ମିଥୁନ ଜାନୁଆରୀ ୬ ତାରିଖ ଯାଏଁ ସେଠାରେ ସୁଟିଂ କରିବେ। ୭ ତାରିଖରେ ସୁଟିଂ ଶେଷ କରି ପୁରା ୟୁନିଟ ସେଠାରୁ ଫେରି ଆସିବ।

‘କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆମେ ଏକ ବଡ ଆକ୍ସନ ସିକ୍ୱେନ୍ସର ସୁଟିଂ କରୁଥିଲୁ। ସବୁ ମିଥୁନଙ୍କ ଚରିତ୍ରକୁ ନେଇ କେନ୍ଦ୍ରିତ ଥିଲା କିନ୍ତୁ ହଠାତ ତାଙ୍କ ପେଟରେ ସଂକ୍ରମଣ ହେଲା। ଏହିଭଳି ସ୍ଥିତିରେ ଜଣେ ସୁସ୍ଥ ଲୋକ ବି ଛିଡା ହୋଇପାରିବନି। ସେହିଭଳି ସ୍ଥିତିରେ ସୁଟିଂ ହୋଇପାରି ନଥାନ୍ତା। ସେଥିପାଇଁ ସୁଟିଂ ବନ୍ଦ କରାଗଲା। ଚିକିତ୍ସା ପରେ ସୁଟିଂ ପୁଣି ଆରମ୍ଭ ହୋଇଛି। ସକାଳୁ ମିଥୁନ ଯେତେବେଳେ ସୁଟିଂ ପାଇଁ ପୁଣି ସେଟକୁ ଆସିଲେ ଓ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସମସ୍ତଙ୍କୁ ପ୍ରେରିତ କରିଥିଲେ ଏବଂ ସୁନିଶ୍ଚିତ କରିଥିଲେ ଯେ ସମସ୍ତେ ଠିକ ଭାବେ କାମ କରୁଛନ୍ତି ନା ନାହିଁ। ମିଥୁନ ଦା ସବୁଠାରୁ ପରିଶ୍ରମୀ ଓ ପ୍ରଫେସନାଲ ଅଭିନେତାଙ୍କ ମଧ୍ୟରୁ ଜଣେ। “

ଫିଲ୍ମ ‘କାଶ୍ମୀର ଫାଇଲ୍ସ’ ଜାମ୍ମୁ କାଶ୍ମିରରୁ କାଶ୍ମିରୀ ହିନ୍ଦୁଙ୍କ ପଳାୟନ ଓ ସେମାନଙ୍କ ଦୁର୍ଦ୍ଦଶା ଉପରେ ଆଧାରିତ। ଫିଲ୍ମରେ ମିଥୁନଙ୍କ ସହ ଅନୁପମ ଖେର ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହା ପୂର୍ବରୁ ବିବେକ ଅଗ୍ନିହୋତ୍ରୀ ଲାଲ ବହାଦୁର ଶାସ୍ତ୍ରୀଙ୍କ ରହସ୍ୟମୟୀ ମୃତ୍ୟୁ ଉପରେ ଆଧାରିତ ଫିଲ୍ମ ‘ଦ ତାସକେଣ୍ଟ ଫାଇଲ୍ସ’ ତିଆରି କରିଥିଲେ। ଏହି ଫିଲ୍ମ ୨୦୧୯ ମସିହାରେ ରିଲିଜ ହୋଇଥିଲା ଏବଂ ଫିଲ୍ମ ହିଟ ମଧ୍ୟ ହୋଇଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ