ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ଅନୁଭବ-ବର୍ଷାଙ୍କ ଘରୋଇ କଳିର ଆଉ ଏକ ଭିଡିଓ ଭାଇରାଲ

କଟକ: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ମାମଲାର ଚର୍ଚ୍ଚାକୁ ଆଜି ପୁଣି ଏକ ଖୋରାକ ମିଳିଛି। ବର୍ଷାଙ୍କ ବେଡ୍‌ରୁମ୍‌ ପାଖରେ ଉଭୟଙ୍କ ମଧ୍ୟରେ ଚାଲିଥିବା ଯୁକ୍ତିତର୍କର ଏକ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଅନୁଭବ ରୁମ୍‌ ଭିତରକୁ ଯିବାକୁ ଅନୁମତି ମାଗୁଥିବା ଦେଖା ଯାଇଥିବା ବେଳେ ବର୍ତ୍ତମାନ ମାମଲା କୋର୍ଟରେ ଥିବାରୁ ବର୍ଷା ତାଙ୍କୁ ବାରଣ କରୁଥିବା ଦେଖିବାକୁ ମିଳିଛି।

ବର୍ଷାଙ୍କ ସୁରକ୍ଷା ପାଇଁ ଥିବା ପୁଲିସ୍‌ କର୍ମଚାରୀଙ୍କ ଭୂମିକାକୁ ନେଇ ଅନୁଭବ ପ୍ରଶ୍ନ ଉଠାଇବା ସହ ଅନ୍ୟମାନେ ଯଦି ଆସିବେ ତେବେ ତାଙ୍କ ସାଙ୍ଗସାଥୀଙ୍କୁ ମଧ୍ୟ ସେ ଆଣିବେ ବୋଲି କହୁଥିବା ଦେଖାଯାଇଛି। କେବଳ ଏତିକି ନୁହେଁ, ଭିଡିଓରେ ଉଭୟ ପରସ୍ପରର ଚରିତ୍ର ଉପରେ ଦୋଷାରୋପ କରୁଥିବା ଦେଖାଯାଇଥିଲା। ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାରେ ରହିଛି।

ଉଲ୍ଲେଖଯୋଗ୍ୟ, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ବୁଧବାର ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ରାଜ୍ୟ ମହିଳା ଆୟୋଗଙ୍କ ଦ୍ବାରସ୍ଥ ହେବା ପରେ ଏ ନେଇ ଖୁବଶୀଘ୍ର ଅନୁଭବଙ୍କୁ ନୋଟିସ୍ କରାଯିବ ବୋଲି ଜଣାପଡ଼ିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ