ଖେଳ ଦେଶ ବିଦେଶ ମନୋରଞ୍ଜନ

ବାପାର ଦାୟିତ୍ବ ତୁଲାଇବାରେ ବ୍ୟସ୍ତ ହାର୍ଦ୍ଦିକ ପାଣ୍ଡ୍ୟା : ପୁଅକୁ କ୍ଷୀର ପିଆଉଥିବାବେଳେ କହିଲେ ହୃଦୟସ୍ପର୍ଶୀ କଥା

ମୁମ୍ବାଇ ୧୩/୧୨: ଭାରତୀୟ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପାଖାପାଖି ୪ମାସ ପରେ ଘରକୁ ଫେରିଛନ୍ତି ଏବଂ ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। ପାଣ୍ଡ୍ୟା ୟୁଏଇରେ ହୋଇଥିବା ଆଇପିଏଲରେ ଖେଳିବା ପରେ ସେଠାରୁ ସିଧା ଅଷ୍ଟ୍ରେଲିଆ ଅଭିଯାନ ପାଇଁ ବାହାରି ପଡ଼ିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଟି20 ସିରିଜ ଜିତିବା ପରେ ପାଣ୍ଡ୍ୟା କହିଥିଲେ ଯେ ତାଙ୍କୁ ତାଙ୍କ ପୁଅ କଥା ମନେ ପଡ଼ୁଛି ଏବଂ ସେ ଟେଷ୍ଟ୍ ସିରିଜ ପୂର୍ବରୁ ଘରକୁ ଫେରିବାକୁ ଚାହୁଁଛନ୍ତି।

ପାଣ୍ଡ୍ୟା ଶୁକ୍ରବାର ଘରକୁ ଫେରି ଯାଇଥିଲେ ଏବଂ ସେବେଠାରୁ ସେ ନିଜ ପୁଅ ଅଗସ୍ତ୍ୟ ସହ କ୍ବାଲିଟି ସମୟ ବିତାଉଛନ୍ତି। ସେ କେତେବେଳେ ପୁଅ ସହ ଖେଳୁଛନ୍ତି ତ କେତେବେଳେ ତାକୁ କୋଳରେ ଶୁଆଇ କ୍ଷୀର ପିଆଉଛନ୍ତି।


ପାଣ୍ଡ୍ୟା ପୁଅ ସହ ସୋସିଆଲ୍ ମିଡିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ପୁଅକୁ କୋଳରେ କ୍ଷୀର ପିଆଉଥିବା ନଜର ଆସିଛନ୍ତି। ଏହି ଫଟୋକୁ ସେୟାର କରିବା ସହ ପାଣ୍ଡ୍ୟା ଏକ ହୃଦୟସ୍ପର୍ଶୀ କଥା କହିଛନ୍ତି।


ପାଣ୍ଡ୍ୟା କହିଛନ୍ତି ଯେ ସେ ଦେଶ ପାଇଁ ଖେଳିବା ପରେ ଏବେ ବାପାଙ୍କ ଦାୟିତ୍ବ ତୁଲାଉଛନ୍ତି। ସେ କ୍ୟାପସନ୍ ଦେଇଛନ୍ତି ଯେ ‘ଜାତୀୟ କର୍ତ୍ତବ୍ୟରୁ ବାପାର କର୍ତ୍ତବ୍ୟ।’

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ