ଦେଶ ବିଦେଶ ମନୋରଞ୍ଜନ

ବରଣମାଳା ପିନ୍ଧାଇବା ବେଳେ….

ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କର ପୁଅ ତଥା କଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣଙ୍କର ଗତ ୧ ତାରିଖରେ ବିବାହ ସମ୍ପନ୍ନ ହୋଇଛି। ମୁମ୍ବାଇର ଇସ୍କନ ମନ୍ଦିରରେ ସେ ପ୍ରେମିକା ଶ୍ୱେତା ଅଗ୍ରଓ୍ୱାଲଙ୍କୁ ବିବାହ କରିଛନ୍ତି। ବିବାହ ସମୟର ଅନେକ ରୋଚକ କଥା ଆଦିତ୍ୟ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏପରିକି ବରଣମାଳା ପିନ୍ଧାଇବା ସମୟରେ ତାଙ୍କ ପାଇଜାମା ଫାଟିଯାଇଥିଲା ବୋଲି କହିଛନ୍ତି। ବିବାହ ସମୟରେ ବରଣମାଳା ପିନ୍ଧାଇବା ସମୟରେ ବର ଓ ବଧୂଙ୍କୁ ବନ୍ଧୁ ଏବଂ ପରିଜନ ଉପରକୁ ଉଠାଇ ରଖିଥିଲେ। ଆଦିତ୍ୟଙ୍କୁ ତାଙ୍କ ସାଙ୍ଗମାନେ ଉପରକୁ ଉଠାଇବା ସମୟରେ ତାଙ୍କର ପାଇଜାମା ଫାଟି ଯାଇଥିଲା। ଲଜ୍ଜାରେ ଚୁପ୍‌ ରହି ସେ ଶ୍ୱେତାଙ୍କୁ ମାଳା ପିନ୍ଧାଇଥିଲେ। ଏହାପରେ ତାଙ୍କର ଜଣେ ବନ୍ଧୁଙ୍କ ପାଇଜାମା ପିନ୍ଧି ସେ ବିବାହ ବେଦିରେ ବସିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ