ଦେଶ ବିଦେଶ ମନୋରଞ୍ଜନ

କମେଡି କୁଇନ ଭାରତୀ ଓ ହର୍ଷଙ୍କୁ ସାହାଯ୍ୟ କରିଥିବା ସନ୍ଦେହରେ ଦୁଇ ଅଧିକାରୀଙ୍କୁ ନିଲମ୍ବନ କଲା ଏନସିବି

ମୁମ୍ବାଇ: ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ନିଜର ଦୁଇ ଅଧୀକାରୀଙ୍କୁ ନିଲମ୍ବିତ କରିଛି। ନିଲମ୍ବିତ ହୋଇଥିବା ଦୁଇଜଣ ଅଧିକାରୀ କମେଡି କୁଇନ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ଯାଞ୍ଚ ଅଧିକାରୀ ଥିଲେ। ତେବେ କମେଡି କୁଇନ ଭାରତୀ ସିଂ ଓ ସ୍ୱାମୀ ହର୍ଷଙ୍କ ଜାମିନ ମିଳିବାରେ ଏ ଦୁଇ ଅଧିକାରୀ ସାହାଯ୍ୟ କରିଥିବା ସନ୍ଦେହରେ ଏନସିବି ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି।

ସୂଚନାନୁସାରେ, ଏହି ଅଧିକାରୀମାନେ ଜାମିନର ଦୁଇଟି ମାମଲାର ଶୁଣାଣିରେ ହାଜର ହୋଇ ନଥିଲେ। ଯାହା ପରେ ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ସହଜରେ ଜାମିନ ମିଳି ଯାଇଥିଲା। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ତଦନ୍ତ ବେଳେ ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ଅନେକ ଘଟଣା ସାମ୍ନାକୁ ଆସିଥିଲା। ଡ୍ରଗ୍ସ ଲିଙ୍କରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ନାମ ମଧ୍ୟ ସାମ୍ନାକୁ ଆସିଥିଲା ଫିଲ୍ମ ଷ୍ଟାର, ଟେଲି ଷ୍ଟାର ଏବଂ ପ୍ରଡକ୍ସନ କମ୍ପାନି ସହ ଜଡିତ ଅନେକ ଲୋକଙ୍କୁ ଏନସିବି ଏନେଇ ଜେରା ବି କରିଛି। ନିକଟରେ ଜଣେ ଡ୍ରଗ୍ ବେପାରୀ ଗିରଫ ହେବା ପରେ ଏନସିବି ଅକ୍ଟୋବର ୨୭ ରେ କରିସ୍ମା ପ୍ରକାଶଙ୍କ ବାସଭବନରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ କରିସ୍ମା ତାଙ୍କ ଘରେ ନଥିଲେ। କରିସ୍ମା ପ୍ରକାଶଙ୍କ ପଡ଼ୋଶୀଙ୍କ ଉପସ୍ଥିତିରେ ଏହି ସନ୍ଧାନ କରାଯାଇଥିଲା। ୧.୭ ଗ୍ରାମର ନିଶା ପଦାର୍ଥ ବାହାରିଥିଲା। ସେହିପରି କମେଡି କୁଇନ ଭାରତୀ ସିଂଙ୍କ ଘରୁ ଏନସିବି ୮୬.୫ ଗ୍ରାମ ଗଞ୍ଜେଇ ଜବତ କରିଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ