ଦେଶ ବିଦେଶ ମନୋରଞ୍ଜନ

ଦୀର୍ଘ ୩ ମାସ ପରେ ରିୟାଙ୍କ ଭାଇ ଶୌଭିକ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ୍

ମୁମ୍ବାଇ ୦୨/୧୨ : ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୌଭିକ୍ ଚକ୍ରବର୍ତ୍ତୀଙ୍କୁ ଏନ୍‌ଡିପିଏସ୍ କୋର୍ଟରୁ ଜାମିନ୍ ମିଳିଯାଇଛି। ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ଏଙ୍ଗଲରୁ ଯାଞ୍ଚ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶୌଭିକ୍ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା।

ମଙ୍ଗଳବାର ଦିନ ଡ୍ରଗ୍ସ ମାମଲାର ଶୁଣାଣି ପରେ ମୁମ୍ବାଇ ସ୍ଥିତ ସ୍ପେଶାଲ NDPS କୋର୍ଟ ଶୌଭିକଙ୍କ ଜାମିନ ମଂଜୁର କରିଥିଲେ। ଶୌଭିକଙ୍କ ଉପରେ ସୁଶାନ୍ତ ଓ ଅନ୍ୟମାନଙ୍କ ସହ ଡ୍ରଗ୍ସ କାରବାର ଓ ସେବନ ଆରୋପ ରହିଛି। ପାଖାପାଖି ୨ ମାସ ପୂର୍ବରୁ ବମ୍ବେ ହାଇକୋର୍ଟ ଶୌଭିକଙ୍କ ଜାମିନ୍ ଆବେଦନ ଖାରଜ କରିଥିଲେ।

୨୪ ବର୍ଷୀୟ ଶୌଭିକଙ୍କୁ ସେପ୍ଟେମ୍ବର ୪ ତାରିଖରେ ଏନସିବି ଗିରଫ କରିଥିଲା। ସେତେବେଳେ ବମ୍ବେ ହାଇକୋର୍ଟ ଓ ସ୍ପେଶାଲ କୋର୍ଟ ତାଙ୍କର ଜାମିନ୍ ଆବେଦନ ଖାରଜ କରିଦେଇଥିଲେ। ସେ ଡ୍ରଗ୍ସ ଡିଲରଙ୍କ ସମ୍ପର୍କରେ ଥିବା ସାମ୍ନାକୁ ଆସିଥିଲା। ଏହସାହ ସୁଶାନ୍ତ ସିଂହଙ୍କୁ ଡ୍ରଗ୍ସ ଦେବାକୁ ମଧ୍ୟ ସେ ଡ୍ରଗ୍ସ କିଣିଥିବା ଜଣାପଡିଥିଲା। ଡ୍ରଗ୍ସ ମାମଲାରେ ଏନସିବି ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଗିରଫ କରିଥିଲା। ଅକ୍ଟୋବର ୭ରେ ବମ୍ବେ ହାଇକୋର୍ଟରୁ ରିୟାଙ୍କୁ ଜାମିନ ମିଳିଯାଇଥିଲା। ରିୟା ପାଖାପାଖି ୨୮ ଦିନ ଜେଲରେ ରହିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ