ଦେଶ ବିଦେଶ ମନୋରଞ୍ଜନ ରାଜନୀତି

ଶିବସେନାରେ ସାମିଲ ହେବେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର, ଗତବର୍ଷ ଛାଡିଥିଲେ କଂଗ୍ରେସର ହାତ

ମୁମ୍ବାଇ ୩୦।୧୧: ବଲିଉଡ୍ ଅଭିନେତ୍ରୀ ତଥା ରାଜନୀତିରେ ପାଦ ଦେଇସାରିଥିବା ଉର୍ମିଳା ମାତୋଣ୍ଡକର ସୋମବାର ଦିନ ଶିବସେନାରେ ସାମିଲ ହେବେ । ଉର୍ମିଳା ଗତ ବର୍ଷ ସକ୍ରିୟ ରାଜନୀତିରେ ପାଦ ଦେଇଥିଲେ । ସେ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ଲଢିଥିଲେ ।

ନିର୍ବାଚନର ୫ ମାସ ପରେ ହିଁ ସେ କଂଗ୍ରେସ ଛାଡିଥିଲେ । ଶିବସେବା ପକ୍ଷରୁ ଉର୍ମିଳାଙ୍କୁ ନେଇ କିଛି ସୂଚନା ଦିଆଯାଇନାହିଁ । ଉର୍ମିଳା ୨୦୧୯ ମସିହା ମାର୍ଚ୍ଚ ମାସରେ କଂଗ୍ରେସରେ ଯୋଗଦେଇଥିଲେ । ପରେ ସେପ୍ଟେମ୍ବର ମାସରେ ସେ ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ କଂଗ୍ରେସ ଛାଡିଥିଲେ । ଉର୍ମିଳା ସେତେବେଳେ ନିଜ ବୟାନରେ କହିଥିଲେ ଯେ, ମୋର ରାଜନୈତିକ ଏବଂ ସାମାଜିକ ସମ୍ବେଦନା ମୁମ୍ବାଇ କଂଗ୍ରେସରେ ଏକ ବଡ ଲକ୍ଷ୍ୟ ଉପରେ କାମ କରିବା ପରିବର୍ତ୍ତେ ଛୋଟ ଘରର ରାଜନୀତି ପାଇଁ ଇଚ୍ଛୁକ ନୁହେଁ ।

ଉର୍ମିଳା ମାତୋଣ୍ଡକର ମୁମ୍ବାଇ ନର୍ଥରୁ ନିର୍ବାଚନ ଲଢିଥିଲେ । ସେ ବିଜେପିର ଗୋପାଳ ସେଟ୍ଟୀଙ୍କ ସହ ପ୍ରତିନ୍ଦ୍ବନ୍ଦିତା କରିଥିଲେ । ଉର୍ମିଳାଙ୍କୁ ଏହି ନିର୍ବାଚନରେ ପରାଜିତ ହୋଇଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ