ଦେଶ ବିଦେଶ ମନୋରଞ୍ଜନ

ପ୍ରଭାବିତ କରୁଛି କରିସ୍ମାଙ୍କ ଜୀବନ ଦର୍ଶନ

୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀ କରିସ୍ମା କପୁର ତାଙ୍କ ଅପରୂପ ସୌନ୍ଦର୍ଯ୍ୟ ଓ ଜୀବନ ପ୍ରତି ତାଙ୍କ ନିଆରା ଦୃଷ୍ଟିଭଙ୍ଗୀ ଯୋଗୁଁ ପ୍ରଶଂସକଙ୍କ ମଧ୍ୟରେ ଏବେ ବି ଲୋକପ୍ରିୟ। ଜୀବନ ଦର୍ଶନକୁ ନେଇ ଇନ୍‌ଷ୍ଟାଗ୍ରାମ୍‌‌ରେ ତାଙ୍କର ଧାଡ଼ିକିଆ ଲେଖାକୁ ଅନେକ ସମୟରେ ପ୍ରଶଂସକମାନେ ଅପେକ୍ଷା କରି ରୁହନ୍ତି।

ଆଜି ନିଜର ସିମ୍ପଲ୍‌ ଲୁକ୍‌ ସହ ଏମିତି କିଛି ଧାଡ଼ିକିଆ ଜୀବନ ଦର୍ଶନ ପ୍ରଶଂସକଙ୍କ ସାମ୍‌ନାକୁ ଆସିଛି। ସେ ନିଜର ଏକ ଫଟୋ ସେୟାର କରିବା ସହ ଇନ୍‌ଷ୍ଟାରେ ଲେଖିଛନ୍ତି ‘କୃତଜ୍ଞତ‌ାର ମନୋଭାବ ନେଇ ନିଜର ପ୍ରତିଟି ଦିନ ଆରମ୍ଭ କର’ (ଷ୍ଟାର୍ଟ ଇଚ୍‌ ଡେ’ ୱିଥ୍‌ ଆନ୍‌ ଆଟିଚ୍ୟୁଡ୍‌ ଅଫ୍‌ ଗ୍ରାଟିଚ୍ୟୁଡ୍‌)। କରୋନା ମହାମାରୀର ଏହି ନକରାତ୍ମକ ସମୟରେ କରିସ୍ମାଙ୍କ ଏଭଳି ପଂଙ୍କ୍ତି ନିହାତି ଭାବେ ସକରାତ୍ମକ ଦିଗରେ ଇନ୍ଧନ ଯୋଗାଇବ। କରିସ୍ମାଙ୍କ ଏହି ପୋଷ୍ଟ୍‌ର ମାତ୍ର କେଇ ଘଣ୍ଟା ମଧ୍ୟରେ ଏହାକୁ ୬୬ ହଜାରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ