ଦେଶ ବିଦେଶ ମନୋରଞ୍ଜନ

ରଣବୀରଙ୍କ ଫ୍ଲାଟ୍‌ ତଳେ ଫ୍ଲାଟ୍‌ କିଣିଲେ ଆଲିଆ

ସବୁଆଡ଼େ ଏବେ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ରୋମାନ୍ସର ଚର୍ଚ୍ଚା।‌ ସେମାନେ ଏକାଠି ବୁଲିବା କଥା ହେଉ କି ଆଲିଆ ରଣବୀରଙ୍କୁ ଉପହାର ଦେବା କଥା ହେଉ ସବୁବେଳେ ଏହି ପାୱର କପଲ ଲାଇମ୍‌ ଲାଇଟ୍‌ରେ ରହି ଆସିଛନ୍ତି। ଏବେ ପୁଣି ଆଲିଆ ଭଟ୍ଟ ରଣବୀରଙ୍କ ଘର ପାଖରେ ଘର କିଣି ଚର୍ଚ୍ଚାକୁ ଆସିଛନ୍ତି।

ବାନ୍ଦ୍ରାରେ ରଣବୀର ରହୁଥିବା ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ହିଁ ଆଲିଆ ଆପାର୍ଟମେଣ୍ଟ କିଣିଛନ୍ତି। ପ୍ରାୟ ୨୪୬୦ ବର୍ଗଫୁଟର ଏହି ଫ୍ଲାଟ୍‌କୁ ସେ ୩୨ କୋଟି ଟଙ୍କାରେ କିଣିଛନ୍ତି। ସୂଚନା ମୁତାବକ, ବାସ୍ତୁ ପାଲି ହିଲ୍‌ର ଏହି କମ୍ପ୍ଲେକ୍ସର ୭ମ ମହଲାରେ ରଣବୀର ରହୁଥିବା ବେଳେ ୫ମ ମହଲାରେ ଆଲିଆ ରହିବେ। ଆଲିଆଙ୍କ ଏହି ନୂଆ ଫ୍ଲାଟ୍‌ କପୁର ପରିବାରର କୃଷ୍ଣା ରାଜ୍‌ ବଙ୍ଗଳା ନିକଟରେ ଅବସ୍ଥିତ। ପ୍ରକାଶଯୋଗ୍ୟ, ଏହା ପୂର୍ବରୁ ଆଲିଆଙ୍କର ଜୁହୁରେ ବି ଏକ ଫ୍ଲାଟ୍‌ ରହିଛି। ଯେଉଁଠାରେ କି ସେ ନିଜ ଭଉଣୀ ଶାହୀନଙ୍କ ସହ ରୁହନ୍ତି। ଏହାଛଡ଼ା ଲଣ୍ଡନର କାମ୍ବେଣ୍ଟ ଗାର୍ଡେନରେ ବି ଆଲିଆଙ୍କର ଫ୍ଲାଟ୍‌ ରହିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ