ଦେଶ ବିଦେଶ ମନୋରଞ୍ଜନ

ଏକାଠି ନଜର ଆସିବେ ଦାଦା-ପୁତୁରା : ପୁଅ କରଣ ଏବଂ ଭାଇ ବବିଙ୍କୁ ନେଇ ଫିଲ୍ମ କରିବେ ସନ୍ନି ଦେଓଲ୍

ମୁମ୍ବାଇ ୨୮/୧୧: ବଲିଉଡ ଅଭିନେତା – ଫିଲ୍ମନିର୍ମାତା ସନି ଦେଓଲ ନିଜ ପୁଅ କରଣ ଦେଓଲ୍ ଏବଂ ଭାଇ ବବି ଦେଓଲଙ୍କୁ ନେଇ ଫିଲ୍ମ କରିବାକୁ ଯାଉଛନ୍ତି। ସେ ଏହି ଫିଲ୍ମର ନିର୍ମାଣ ନିଜ ପ୍ରଡକ୍ସନ୍ ହାଉସ୍ ଭିତରେ କରିବେ। କୁହାଯାଉଛି ଯେ ଫିଲ୍ମ ନିର୍ଦେଶନାର ଦାୟିତ୍ବ ମଧ୍ୟ ସନ୍ନି ଦେଓଲ୍ ହିଁ ସମ୍ଭାଳିବେ।

ସନ୍ନି ଦେଓଲ୍ ନିଜ ପୁଅ କରଣ ଦେଓଲଙ୍କୁ ନେଇ ଫିଲ୍ମ ପଲ ପଲ ଦିଲ କେ ପାସ କରିଥିଲେ ଯାହା ବକ୍ସ ଅଫିସରେ ଅସଫଳ ହୋଇଥିଲା। ସନ୍ନି ନିଜ ପୁଅ କରଣଙ୍କୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଛନ୍ତି। ସେ ସ୍କ୍ରିପ୍ଟ ଖୋଜୁଥିଲେ ଏବଂ ଏବେ କୁହାଯାଉଛି ଯେ ତାଙ୍କର ଏହି ସନ୍ଧାନ ସରିଛି। ଖୁବ୍ ଶୀଘ୍ର ସେ ଏହି ଫିଲ୍ମକୁ ଘୋଷଣା କରିବେ। କୁହାଯାଉଛି ଯେ ଏହି ଫିଲ୍ମରେ ସନ୍ନି ଦେଓଲଙ୍କ ଭାଇ ବବି ଦେଓଲ ମଧ୍ୟ ନଜର ଆସିବେ।

ସୂଚନା ମୁତାବକ ସନ୍ନି ଏକ ଏପରି ସ୍କ୍ରିପ୍ଟ ଖୋଜୁଥିଲେ ଯେଉଁଥିରେ ବବି ଏବଂ କରଣ ଉଭୟଙ୍କ ପାଇଁ ସ୍କୋପ୍ ଥିବ ଏବଂ ତାଙ୍କୁ ଏହା ମିଳିଯାଇଛି। କରଣ ଏବଂ ବବିଙ୍କ ଏହି ଫିଲ୍ମର ଡାଇରେକ୍ସନ ସନ୍ନି ଦେଓଲ ହିଁ କରିବେ। ବବି ଦେଓଲ ଦୀର୍ଘ ବର୍ଷର ବ୍ୟବଧାନ ପରେ ଫିଲ୍ମ ରେସ୍ ୩ରୁ ବଡ଼ ପରଦାରେ ଫେରିଥିଲେ କିନ୍ତୁ ପ୍ରଶଂସକଙ୍କୁ ଏହି ଫିଲ୍ମ ପସନ୍ଦ ଆସିନଥିଲା। ଫିଲ୍ମରେ ସେ ସଲମାନ ଖାନ୍ ଏବଂ ଅନିଲ କପୁରଙ୍କ ସହ କାମ କରିଥିଲେ।

ନିକଟରେ ବବି ଦେଓଲ ‘କ୍ଲାସ୍ ୮୩’ ଏବଂ ‘ଆଶ୍ରମ’ ଭଳି ଓ୍ବେବ୍ ସିରିଜରେ ମଧ୍ୟ କାମ କରିଛନ୍ତି କିନ୍ତୁ ଆଶା ଅନୁସାରେ ତାଙ୍କୁ ଭଲ ରେସପନ୍ସ ମିଳିନଥିଲା। କୁହାଯାଉଛି ଯେ ସନ୍ନି ଦେଓଲ ନୂଆ ଫିଲ୍ମରୁ କରଣ ଏବଂ ବବିଙ୍କ କ୍ୟାରିୟରର ଗ୍ରାଫ ଉପରକୁ କରିବାକୁ ଚାହୁଁଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ