ଖେଳ ଦେଶ ବିଦେଶ ମନୋରଞ୍ଜନ

ଅବସର ନେଲେ ଅଣ୍ଡରଟେକର୍‌

ରେସ୍‌ଲିଂ ଦୁନିଆ‌ର ମହାରଥୀ ଅଣ୍ଡରଟେକର୍‌ ସନ୍ନ୍ୟାସ ନେଇଛନ୍ତି। ଅଭିନୟରେ ଅମିତାଭ ବଚ୍ଚନ, ସଙ୍ଗୀତରେ ଲତା ମଙ୍ଗେସକର ଓ କ୍ରିକେଟରେ ସଚିନ ତେନ୍ଦୁକରଙ୍କ ଭଳି ୱାର୍ଲ୍ଡ ରେସଲିଂ ଏଣ୍ଟରଟେନ୍‌ମେଣ୍ଟ୍‌(ଡବ୍ଲ୍ୟୁଡବ୍ଲ୍ୟୁଇ) ଦୁନିଆର ସବୁଠାରୁ ବଡ଼ ନାମ ହେଉଛି ‘ଦ ଅଣ୍ଡରଟେକର୍‌’। ୩ ଦଶନ୍ଧିର ରେସଲିଂ ଜୀବନୀରେ ସେ ବଡ଼ ବଡ଼ ଧୁରନ୍ଧରଙ୍କୁ ଧୂଳି ଚଟାଇଛନ୍ତି। ଏବେ ସେ ରେସଲିଂରୁ ଅବସର ନେଇଛନ୍ତି। ଏହି ଅବସରରେ ବହୁ କଳାକାର ତାଙ୍କୁ ସମ୍ମାନ ଓ ଶୁଭେଚ୍ଛା ଜଣାଇଛନ୍ତି।

ଜୁନିଅର୍‌ ବଚ୍ଚନ ଅଭିଷେକ ବି ଟ୍ବିଟରରେ ତାଙ୍କୁ ପ୍ରଣାମ ଜଣାଇଛନ୍ତି। ସେ ଅଣ୍ଡରଟେକରଙ୍କ ପ୍ରବେଶ ସମୟର ଏକ ଜିଫ୍‌ ଭିଡିଓ ସେୟାର କରି ସେଥିରେ ଲେଖିଛନ୍ତି ଯେ ସେ ପିଲା ଦିନୁ ଅଣ୍ଡରଟେକର୍‌ଙ୍କ ବଡ଼ ପ୍ରଶଂସକ। ଅଭିଷେକ ଉଲ୍ଲେଖ କରିଛନ୍ତି, ଆମ କିଶୋରାବସ୍ଥାକୁ ମନେ ପକାନ୍ତୁ। ଯେତେବେଳେ ଆମେ ଅଣ୍ଡରଟେକର୍‌ଙ୍କ ପ୍ରବେଶକୁ ପ୍ରଥମ ଥର ଦେଖିଥିଲେ ଓ ଆଶ୍ଚର୍ଯ୍ୟଚକିତ ରହିଯାଇଥିଲେ। ତାହା ପରେ ସାରା ଦୁନିଆ ଚକିତ ହିଁ ହୁଏ ତାଙ୍କୁ ଦେଖି। ସତରେ ସେ ଜଣେ ଦିଗ୍‌ଗଜ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ