ଦେଶ ବିଦେଶ ମନୋରଞ୍ଜନ

କିନ୍ନରଙ୍କ ସମର୍ଥନରେ ଦେଶବାସୀଙ୍କୁ ଅକ୍ଷୟ କୁମାରଙ୍କ ଅପିଲ୍: କହିଲେ-‘ଏମାନଙ୍କ ସଫଳତାରେ ନାଚିବା ପାଳି ଏବେ ଆମର’

ମୁମ୍ବାଇ ୦୭/୧୧ : ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ’ ଆସନ୍ତା ୯ ତାରିଖରେ ରିଲିଜ ହେବ। ଫିଲ୍ମର ଗୀତ ‘ଅବ ହାମାରୀ ବାରି’ ରିଲିଜ ହୋଇଛି। ଅକ୍ଷୟ କୁମାର ସୋସିଆଲ ମିଡ଼ିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଅକ୍ଷୟ କୁମାର କିନ୍ନରଙ୍କୁ ସମର୍ଥନ କରିଛନ୍ତି। ଭିଡିଓରେ ଅକ୍ଷୟଙ୍କ ସହ କିଆରା ଆଡଭାନୀ ଓ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ମଧ୍ୟ ନଜର ଆସିଛନ୍ତି। ଏହି ଫିଲ୍ମରେ ଅକ୍ଷୟ କୁମାର ଜଣେ କିନ୍ନରଙ୍କ ଭୂମିକାରେ ଅଭିନୟ କରିଛନ୍ତି।

ଭିଡିଓ ଜରିଆରେ ଅକ୍ଷୟ କୁମାର ଦେଶବାସୀଙ୍କୁ କିନ୍ନରଙ୍କ ପ୍ରତି ନିଜ ଦୃଷ୍ଟିକୋଣ ବଦଳାଇବାକୁ ଅପିଲ କରିଛନ୍ତି। ଭିଡିଓ ସେୟାର କରି ଅକ୍ଷୟ କୁମାର କ୍ୟାପସନରେ ଲେଖିଛନ୍ତି, ‘ଏବେ ଆମ ପାଳି, ଦୃଷ୍ଟି ନ ପଡିବ ବୋଲି ବହୁତ ଟିକା ଲଗାଇଲୁ କିନ୍ତୁ ଦୃଷ୍ଟିକୋଣ ବଦଳାଇବା ଟିକା ଲଗାଇବା ପାଳି ଆସିଛି। ଲିଙ୍ଗ ପ୍ରତି ରୂଢିବାଦ କୁ ଭାଙ୍ଗି ନାଲି ବିନ୍ଦି ସହ କିନ୍ନରଙ୍କୁ ସମର୍ଥନ କରିବା। ସମାନ ପ୍ରେମ ଓ ସମ୍ମାନ ପାଇଁ ଛିଡା ହେବା।’

ଭିଡିଓରେ ଅକ୍ଷୟ କୁମାର କହିଛନ୍ତି, ‘ଏବେ ସୁଦ୍ଧା ଯାହା ଘଟିଛି ତାହା ଆମ ଭୁଲ। କିନ୍ତୁ ବର୍ତ୍ତମାନ ସମୟ ଆସିଛି ଆମକୁ ନିଜର ଦୃଷ୍ଟିକୋଣ ବଦଳାଇବାକୁ ହେବ। ଦୁନିଆକୁ ଖୁସି କରିବାକୁ ସବୁ ଦୁଃଖ ପିଇଯାଉ, କିନ୍ତୁ ଏବେ କିନ୍ନରଙ୍କୁ ଖୁସି ବାଣ୍ଟିବା। ଆମ ଖୁସିରେ ଏମାନେ ସବୁବେଳେ ଖୁସି ହୁଅନ୍ତି, ନାଚନ୍ତି। ଏବେ ଏମାନଙ୍କ ଖୁସିରେ ଆମେ ବି ନାଚିବା। ପିଲାଦିନୁ ଏମାନେ ଭେଦଭାବର ବୋଝ ଉଠେଇ ଆସୁଛନ୍ତି । କିନ୍ତୁ ବର୍ତ୍ତମାନ ସେମାନଙ୍କୁ ତାଙ୍କ ଅଧିକାର ଦେବା ପାଳି ଆମର। ସବୁ ଖୁସି ସମାରୋହରେ ଏମାନେ ହୃଦୟରୁ ଆଶୀର୍ବାଦ ଦେଇଛନ୍ତି। ତାଙ୍କ ମେହଫିଲ ସଜାଇବା ବର୍ତ୍ତମାନ ଆମ ଦାୟିତ୍ୱ। ସୀମାରେ ଲଢ଼ିବା ପାଇଁ ଏମାନେ ସବୁବେଳେ ପ୍ରସ୍ତୁତ, ତାଙ୍କୁ ମଉକା ଦେବା ପାଳି ବର୍ତ୍ତମାନ ଆମର। ଆମେ ବି ଭଗବାନଙ୍କ ସୃଷ୍ଟି, ଏମାନେ ବି ଭଗବାନଙ୍କ ସୃଷ୍ଟି। ତାହେଲେ ଏମାନଙ୍କୁ କାହିଁକି ଆପଣେଇବାନି। କିନ୍ନରଙ୍କୁ ଆପଣେଇବା, ସମ୍ମାନ ଦେବା।’

ସୂଚନା ଅନୁଯାୟୀ, ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ’ ନଭେମ୍ବର ୯ ତାରିଖରେ ଓଟିଟି ପ୍ଲାଟଫର୍ମ ଡିଜ୍ନି ପ୍ଲସ୍ ହଟଷ୍ଟାରରେ ରିଲିଜ୍ ହେବ। ଦର୍ଶକ ଏହି ଫିଲ୍ମ ପାଇଁ ଅପେକ୍ଷା କରି ରହିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ