ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଅମର ହୋଇଗଲେ ଧନିଷ୍ଠା: ମା କୋଳରେ ଥିଲେ ମାତ୍ର ୨୦ ମାସ, ଏବେ ୫ ଜଣଙ୍କ ପାଇଁ ସେ ଜୀବନ

ନୂଆଦିଲ୍ଲୀ ୧୪/୦୧ : କୁହାଯାଏ ଦୁନିଆରେ ସବୁଠାରୁ ସତ କଥା ହେଉଛି ଜୀବନ-ମୃତ୍ୟୁ, ଆରମ୍ଭରେ ଶେଷ । ସେ କିନ୍ତୁ ବଦଳାଇ ଦେଲେ ସେହି ସତ୍ୟ । ଜୀବନ ପରେ ବି ଏକାଧିକ ଜୀବନରେ ସେ । ମୃତ୍ୟୁ ପରେ ବି ଜୀବନ । ଆମେ ଏଠି ଯାହା କଥା କହୁଛୁ ସେ ନିଶ୍ଚିତ ଭାବେ କୁନି ପିଲା କିନ୍ତୁ ତାଙ୍କ ଦାନ ମହାନ ଠାରୁ ଆହୁରି ମହାନ ।

ଆପଣ ଫଟୋରେ ଏହି ଛୋଟ ଝିଅଟିର ହସକୁ ଟିକେ ଦେଖନ୍ତୁ । କୁହାଯାଏ ଖୁସି ବାଣ୍ଟିଲେ ବଢ଼େ ଆଉ ଶିଶୁଟିଏ ଖୁସି ବାଣ୍ଟିବାକୁ ହିଁ ଧରାପୃଷ୍ଠକୁ ଆସିଥାଏ । ୨୦ ମାସର ଏହି ଛୋଟିଆ ଝିଅ ତାର ହସକୁ ଆଜି ୫ଜଣଙ୍କୁ ବାଣ୍ଟି ଦେଇଛି । ଦୁନିଆ ଛାଡ଼ିବା ପୂର୍ବରୁ ସେ ତାର ଜୀବନକୁ ଭାଗ ଭାଗ କରି ୫ ଜଣଙ୍କୁ ନୂଆ ଜୀବନ ଦେଇ ଯାଇଛି । ଆଉ ସବୁଠାରୁ କମ୍ ବୟସର କ୍ୟାଡେଭର ଡୋନର୍ ( ପଞ୍ଚଟି ମୁଖ୍ୟ ଅଙ୍ଗ ଦାନ କରୁଥିବା ବ୍ୟକ୍ତି ) ହୋଇଯାଇଛନ୍ତି। ସେ ତାଙ୍କ ଶରୀରର ପଞ୍ଚଟି ଅଙ୍ଗ ଦାନ କରିଛନ୍ତି ।


ଦିଲ୍ଲୀର ରୋହିଣୀ ଅଞ୍ଚଳରେ ନିଜ ମାତା-ପିତାଙ୍କ ସହିତ ଧନିଷ୍ଠା ରହୁଥିଲେ । ଜାନୁଆରୀ ୮ ତାରିଖରେ ସେ ନିଜ ଘରର ପ୍ରଥମ ମହଲାରୁ ତଳକୁ ଖସି ପଡ଼ିଥିଲେ । ଏହାପରେ ସେ ବେହୋସ ହୋଇଯାଇଥିଲେ । ପରିବାର ଲୋକ ତାଙ୍କୁ ସଙ୍ଗେସଙ୍ଗେ ଗଙ୍ଗାରାମ ହସ୍ପିଟାଲ୍‌କୁ ନେଇଯାଇଥିଲେ । ଡାକ୍ତର ତାଙ୍କୁ ହୋସ୍‌ରେ ଆଣିବାକୁ ବହୁତ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ସଫଳ ହୋଇନଥିଲେ ।

୧୧ ତାରଖରେ ଧନିଷ୍ଠାଙ୍କୁ ଡାକ୍ତର ବ୍ରେନ୍‌ ଡେଡ୍‌ ଘୋଷଣା କରିଦେଇଥିଲେ । କେବଳ ମସ୍ତିଷ୍କକୁ ଛାଡ଼ି ତାଙ୍କର ସବୁ ଅଙ୍ଗ-ପ୍ରତ୍ୟଙ୍ଗ ଠିକ୍‌ରେ କାମ କରୁଥିଲା । ତେଣୁ ତାଙ୍କ ପିତା ଆଶିଷ୍ କୁମାର ଏବଂ ମାତା ବବିତା ତାଙ୍କର ଅଙ୍ଗକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଧନିଷ୍ଠାଙ୍କ ହାର୍ଟ, ଲିଭର୍‌, ଦୁଇ କିଡ୍‌ନୀ ଏବଂ ଆଖିର କିଛି ଅଂଶ ଗଙ୍ଗାରାମ ହସ୍ପିଟାଲ୍‌ର ଡାକ୍ତର ବାହାର କରି ପାଞ୍ଚ ଜଣ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରିଥିଲେ । ମରିବା ପରେ ମଧ୍ୟ ସେ ପାଞ୍ଚ ଜଣଙ୍କ ଶରୀରରେ ଆଜି ଜିବୀତ ରହିଛନ୍ତି ।

ଧନିଷ୍ଠାଙ୍କ ପିତା ଆଶିଷ କହିଛନ୍ତି ଯେ, ସେ ହସ୍ପଟାଲ୍‌ରେ ରହିବା ସମୟ ଭିତରେ ଅନେକ ରୋଗୀଙ୍କ ଅଙ୍ଗ ଆବଶ୍ୟକତାକୁ ଦେଖିଥିଲେ । ସେ ଧନିଷ୍ଠାଙ୍କୁ ତ ହରାଇ ସାରିଥିଲେ କିନ୍ତୁ କେବଳ ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ ନୁହେଁ ବରଂ କିଛି ଲୋକଙ୍କୁ ସେ ନୂଆ ଜୀବନ ଦେଇପାରିବ ବୋଲି ଆଶିଷ୍ କହିଥିଲେ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ