ଲାଇଫ୍ ଷ୍ଟାଇଲ

ବାଥରୁମରେ ଭୁଲରେ ବି କରନ୍ତୁନି ଏହିସବୁ କାମ, ନଚେତ…

ଭୁବନେଶ୍ୱର ୧୦/୦୧ : ମଣିଷ ଜୀବନରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି। ବାସ୍ତୁର ପ୍ରଭାବ ଜୀବନ ଉପରେ ପଡିଥାଏ। ଘରର ଗାଧୁଆଘରେ ବାସ୍ତୁର ସବୁଠାରୁ ଅଧିକ ପ୍ରଭାବ ପଡିଥାଏ। ସେଥିପାଇଁ ଘଧୁଆଘରେ ଏମିତି କୌଣସି କାମ କରିବା ଉଚିତ ନୁହେଁ ଯାହା ବାସ୍ତୁ ଦୋଷର କାରଣ ହେବ। ଗାଧୁଆଘରେ ଏହିସବୁ ବର୍ଜିତ କାମ ନ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିବ। ଜାଣନ୍ତୁ ଘର ବାଥରୁମରେ କେଉଁ କେଉଁ କାମ କରିବା ଉଚିତ ନୁହେଁ।

ଘରେ କେବେ ବି ଗାଧୁଆଘର ଓ ଟଏଲେଟ୍ ଯୋଡି ହୋଇ ରହିବା ଉଚିତ ନୁହେଁ। କାରଣ ବାସ୍ତୁଶାସ୍ତ୍ର ଅନୁସାରେ ଘରର ଗାଧୁଆଘରେ ଚନ୍ଦ୍ରମା ଓ ଟଏଲେଟରେ ରାହୁଙ୍କ ବାସ ହୋଇଥାଏ। ଚନ୍ଦ୍ରମାଙ୍କୁ ସୋମ ଅର୍ଥାତ ଅମୃତ କୁହାଯାଉଥିବାବେଳେ ରାହୁକୁ ବିଷ ବୋଲି କୁହାଯାଏ। ଯେଉଁଭଳି ନିଆଁ ଓ ପାଣିକୁ ଏକାସଙ୍ଗେ ରଖାଯାଏ ନାହିଁ ଠିକ ସେହିଭଳି ଘରେ ବାଥରୁମ୍ ଓ ଟଏଲେଟକୁ ଏକାସଙ୍ଗେ ରଖାଯିବ ଉଚିତ ନୁହେଁ। ବାଥରୁମ୍ ଓ ଟଏଲେଟ୍ ଏକାସଙ୍ଗେ ରଖିଲେ ପରିବାରରେ କଳହ ସୃଷ୍ଟି ହୋଇଥାଏ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଦ୍ୱେଷ ଭାବନା ଉତ୍ପନ୍ନ ହୋଇଥାଏ।


* ଘରର ସୁଖ-ଶାନ୍ତି ଓ ସମୃଦ୍ଧି ବଜାୟ ରଖିବାକୁ ବାଥରୁମରେ ନୀଳ ରଙ୍ଗର ବାଲ୍ଟି କିମ୍ବା ଟବ୍, ମଗ ବ୍ୟବହାର କରିବା ଉଚିତ।

* ବାଥରୁମରେ ରଖାଯାଇଥିବା ବାଲ୍ଟି କିମ୍ବା ଟବରେ ସବୁବେଳେ ପାଣି ଭର୍ତ୍ତି କରି ରଖିବା ଉଚିତ।

* ଘରର ବାଥରୁମ କବାଟ ସବୁବେଳେ ବନ୍ଦ ରଖିବା ଉଚିତ।

* ବାଥରୁମ କବାଟ ସମ୍ମୁଖରେ କେବେ ବି ଅଇନା ବା ଦର୍ପଣ ଲଗାଇବା ଉଚିତ ନୁହେଁ। ଏହାଦ୍ୱାରା ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।

* ବାଥରୁମରେ ନଳ କେବେ ବି ଖୋଲା ଛାଡିବା ଉଚିତ ନୁହେଁ। ଏହାଦ୍ୱାରା ଆର୍ଥିକ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ।

* ବାଥରୁମ ନଳରୁ ଯଦି ପାଣି ବୋହୁଥାଏ ତାହେଲେ ତାକୁ ଶୀଘ୍ର ଠିକ କରିଦେବା ଉଚିତ | ଏହାଦ୍ୱାରା ଅଯଥା ଖର୍ଚ୍ଚ ବଢିଥାଏ ଓ ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ।

* ବାଥରୁମ ଅଳ୍ପ କିଛି ମାତ୍ରାରେ ଲୁଣ ରଖିବା ଉଚିତ। ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତି ବଜାୟ ରହେ।

* ବାଥରୁମରେ ସବୁ ଜିନିଷ ଯଥାସ୍ଥାନରେରେ ସଜେଇ ରଖିବା ଉଚିତ।

* ଘର ବାଥରୁମ ସବୁବେଳେ ସଫା ସୁତୁରା ରଖିବା ଉଚିତ। ଏହାଦ୍ଵାରା ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ