ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଇତିହାସ ରଚିବେ ଏୟାର ଇଣ୍ଡିଆର ମହିଳା ପାଇଲଟ୍ ଟିମ୍, ଦୁନିଆର ସବୁଠୁ ଲମ୍ୱା ରୁଟ୍‌ରେ ଉଡ଼ାଇବେ ବିମାନ

ନୂଆଦିଲ୍ଲୀ,୦୯/୦୧: ଇତିହାସ ରଚିବେ ଏୟାର ଇଣ୍ଡିଆର ମହିଳା ପାଇଲଟ୍ ଟିମ୍। ଏହି ମହିଳା ପାଇଲଟ୍ ଟିମ୍ ଦୁନିଆର ସବୁଠୁ ଲମ୍ବା ବିମାନ ରୁଟ୍‌ରେ ବିମାନ ଉଡାଇ ଉତ୍ତର ମେରୁ ଉପରେ ବିଜୟ ବାନା ଉଡାଇବେ। ଏହି ରୁଟ୍ ହେଉଛି ଦୁନିଆର ସବୁଠାରୁ ବଡ଼ ବିମାନ ରୁଟ୍। ସାନ୍ ଫ୍ରାନସିସ୍କୋରୁ ଉଡ଼ାଣ ଭରି ସେମାନେ ଆଜି ବେଙ୍ଗାଲୁରୁ ପହଞ୍ଚିବେ। ଏହି ଯାତ୍ରାରେ ମହିଳା ପାଇଲଟ୍‌ ପାଖାପାଖି ୧୬ ହଜାର କିଲୋମିଟର ଅତିକ୍ରମ କରିବେ।

ଉତ୍ତର ମେରୁର ଏହି ରୁଟ୍‌ରେ ଉଡାଣ ଭରିବା ପାଇଲଟ୍‌ଙ୍କ ପାଇଁ ସର୍ବଦା ଆହ୍ଵାନପୂର୍ଣ୍ଣ ରହି ଆସିଛି। ସେଥିପାଇଁ ଏୟାରଲାଇନ୍ କମ୍ପାନୀ ଗୁଡ଼ିକ ସେମାନଙ୍କର ସବୁଠାରୁ ଭଲ ଏବଂ ଅଭିଜ୍ଞତା ସମ୍ପନ୍ନ ପାଇଲଟ୍‌ଙ୍କୁ ଏହି ରୁଟ୍‌ରେ ଉଡ଼ାଣ ପାଇଁ ଅନୁମତି ଦେଇଥାନ୍ତି। କିନ୍ତୁ ବର୍ତ୍ତମାନ ଭାରତୀୟ ଏୟାର ଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆ ଏହି ରୁଟ୍‌ରେ ବିମାନ ଉଡ଼ାଣ ପାଇଁ ଐତିହାସିକ ନିଷ୍ପତ୍ତି ନେଇଛି। ସାନ୍ ଫ୍ରାନସିସ୍କୋରୁ ବେଙ୍ଗାଲୁରୁକୁ ଉଡ଼ାଣ ଭରିବା ପାଇଁ ଜଣେ ମହିଳା କ୍ୟାପଟେନଙ୍କୁ ଦାୟିତ୍ୱ ଦିଆଯାଇଥିବା ଏୟାର ଇଣ୍ଡିଆର ଅଫିସିଆଲ୍ ପକ୍ଷରୁ କୁହାଯାଇଛି।

ଏୟାର ଇଣ୍ଡିଆର କ୍ୟାପଟେନ ଜୋୟା ଅଗ୍ରୱାଲ୍ ଏହାର ନେତୃତ୍ୱ ନେବେ। ସେ ଏବଂ ତାଙ୍କର ଟିମ୍ ଜାନୁଆରୀ ୯ ତାରିଖରେ ଇତିହାସ ରଚିବା ପାଇଁ ଅପେକ୍ଷା କରିଛନ୍ତି ବୋଲି ଜୋୟା କହିଛନ୍ତି। ବିଶ୍ୱର ଅଧିକାଂଶ ଲୋକ ଏହି ରୁଟ୍‌କୁ ପ୍ରତ୍ୟକ୍ଷ ଭାବେ ଦେଖି ନାହାନ୍ତି କି ମାନଚିତ୍ରରେ ମଧ୍ୟ ଦେଖି ନାହାନ୍ତି । ତାଙ୍କ ଉପରେ ବିଶ୍ୱାସ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଏୟାର ଇଣ୍ଡିଆ ତାଙ୍କୁ ଦାୟିତ୍ୱ ଦେଇଛନ୍ତି। ଏହା ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଯେ ସେ ବୋଇଙ୍ଗ୍ ୭୭୭କୁ ଦୁନିଆର ସବୁଠାରୁ ଲମ୍ୱା ରୁଟ୍‌ରେ ଉଡ଼ାଇବାର ନେତୃତ୍ୱ ନେବେ। ଏନେଇ କ୍ୟାପ୍ଟେନ୍ ଜୋୟା ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ଏଜେନ୍ସିକୁ ପ୍ରତିକ୍ରିୟା ଦେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ