ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ସରକାରଙ୍କ ନୂଆ ନିୟମ: ବ୍ରାହ୍ମଣ ଝିଅକୁ ବିବାହ କଲେ ମିଳିବ ୩ ଲକ୍ଷ ଟଙ୍କା

ବେଙ୍ଗାଲୁରୁ୮/୧: ବ୍ରାହ୍ମଣ ଝିଅକୁ ବ୍ରାହ୍ମଣ ପୁଅ ବିବାହ କଲେ ମିଳିବ ୩ ଲକ୍ଷ ଟଙ୍କା। କର୍ଣ୍ଣାଟକ ସରକାରଙ୍କ ଅଧୀନରେ କାମ କରୁଥିବା ବ୍ରାହ୍ମଣ ବିକାଶ ବୋର୍ଡ ଏବେ ଅରୁନ୍ଧତୀ ଓ ମୈତ୍ରେୟୀ ନାମରେ ୨ଟି ନୂଆ ଯୋଜନା ସମ୍ପର୍କରେ ଘୋଷଣା କରିଛି । ଅରୁନ୍ଧତୀ ଯୋଜନାରେ ପ୍ରତି ବ୍ରାହ୍ମଣ ଯୁବତୀଙ୍କ ବିବାହ ସମୟରେ ତାଙ୍କ ପରିବାରକୁ ବୋର୍ଡ ତରଫରୁ ୨୫,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। କିନ୍ତୁ ଯଦି ଯୁବତୀ ଜଣକ ନିଜ ସମୁଦାୟର ଜଣେ ପୁରୋହିତ କିମ୍ବା ମନ୍ଦିର ପୂଜାରୀଙ୍କୁ ବିବାହ କରିବେ, ତାହାହେଲେ ତାଙ୍କୁ ୩ ଲକ୍ଷ ଟଙ୍କା ମିଳିବ ।

ଏଥିପାଇଁ ସର୍ତ୍ତ ରଖାଯାଇଛି କି ବିବାହର ୫ ବର୍ଷ ପରେ ଏହି ସହାୟତା ଦିଆଯିବ ଏବଂ ଏଥିପାଇଁ ଦମ୍ପତିକୁ ବୋର୍ଡର ୱେବସାଇଟରେ ପଞ୍ଜୀକରଣ କରିବାକୁ ପଡ଼ିବ । ସେମାନେ ମଧ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀର ବୋଲି ସେମାନଙ୍କୁ ପ୍ରମାଣ ଦାଖଲ କରିବାକୁ ପଡ଼ିବ । ବୋର୍ଡ କହିଛି କି ଅନେକ ମନ୍ଦିର ପୂଜାରୀ ଓ ପୁରୋହିତ ଅତି ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଥିବାରୁ ସେମାନଙ୍କୁ ସହାୟତା କରିବା ପାଇଁ ଏପରି ଯୋଜନା କରାଯାଇଛି ।

ଏହି ଅର୍ଥକୁ ବ୍ୟବହାର କରି ସେମାନେ ଛୋଟମୋଟ ବ୍ୟବସାୟ ଆରମ୍ଭ କରିପାରିବେ । କିନ୍ତୁ ବିରୋଧୀ ଦଳଗୁଡିକ ଏହାର ସମାଲୋଚନା କରିଛନ୍ତି । ବ୍ରାହ୍ମଣ ପରିବାରର ଝିଅମାନେ ଯେପରି ଉଚ୍ଚ ଶିକ୍ଷା ହାସଲ କରିପାରିବେ ଏବଂ ନିଜେ କିଛି ବ୍ୟବସାୟ କରି ସ୍ୱାବଲମ୍ବୀ ହୋଇପାରିବେ, ସେଥିପାଇଁ ରାଜ୍ୟ ସରକାର କାହିଁକି ସହାୟତା ଦେଉନାହାନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ବିବାହ କ’ଣ ଜଣେ ବ୍ରାହ୍ମଣ ଯୁବତୀଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ବୋଲି ସେମାନେ ସରକାରଙ୍କ ଠାରୁ ଜାଣିବାକୁ ଚାହିଁଛନ୍ତି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ