ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

କାଗିଜିରେ ଅଛି ଏହି ସବୁ ଉପକାରୀ ଗୁଣ, ଦୂର ହେବ ଅନେକ ସମସ୍ୟା

ଗବେଷକଙ୍କ କହିବା ଅନୁଯାୟୀ ପୃଥିବୀରେ ରହିଥିବା କେତୋଟି ସୁସ୍ଥକର ଖାଦ୍ୟ ମଧ୍ୟରୁ କାଗିଜି ଲେମ୍ବୁ ଅନ୍ୟତମ। ଏଥିରେ ବହୁଳ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ଥିବା ହେତୁ ଏହାକୁ ଭିନ୍ନ ଭିନ୍ନ ଖାଦ୍ୟ ଓ ପାନୀୟରେ ବ୍ୟବହାର କରାଯାଇଥାଏ। ପୋଷଣ ବିଶେଷଜ୍ଞଙ୍କ କହିବା ଅନୁଯାଏ ଏଥିରେ ରୋଗ ହ୍ରାସ କରିବାର କ୍ଷମତା ରହିଛି। ମୁଖ୍ୟତଃ ହୃଦ୍‌ରୋଗ, କେଶ ଏବଂ ତ୍ୱଚା ପାଇଁ ଏହା ଅତ୍ୟନ୍ତ ଉପକାରୀ। କିଛିଟା ଆପଣ ଜାଣିଥିବେ ଏବଂ କିଛିଟା ଜାଣିନଥିବେ। ମାତ୍ର ଲେମ୍ବୁରେ ଅନେକ ଭଲ ଗୁଣ ରହିଛି। ଏପରିକି ଏହା ଆପଣଙ୍କ ରୋଷେଇ ଘରର ଗନ୍ଧ ବି ଦୂର କରିପାରେ। ଜର୍ମ ଏବଂ ବ୍ୟାକ୍ଟେରିଆ ଦୂର କରିବାରେ ଲେମ୍ବୁ ସହ ଆଉ କୌଣସି ଜିନିଷ ତୁଳନୀୟ ନୁହେଁ।

ଆପଣ ଗୋଟାଏ ମଧ୍ୟମ ଧରଣର ଲେମ୍ବୁ ନିଅନ୍ତୁ। ତାହାକୁ ଲମ୍ବ ଭାବରେ ୪ ଖଣ୍ଡ କରି କାଟି ଦିଅନ୍ତୁୁ। ପୂରାପୂରି କାଟିକି ଅଲଗା କରନ୍ତୁ ନାହିଁ। ସେହି ଲେମ୍ବୁରେ କିଛି ଲୁଣ ଛିଞ୍ଚି ଦିଅନ୍ତୁ ଏବଂ ତାହାକୁ ରୋଷେଇ ଘରେ ରଖନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ରୋଷେଇ ଘର ଆଉ ଗନ୍ଧ ହେବ ନାହିଁ। ଲେମ୍ବୁର ବାସ୍ନା ଚାରିଆଡ଼େ ଖେଳିଯିବ। ଫଳରେ ବ୍ୟାକ୍ଟେରିଆ ଆଉ ଜର୍ମରୁ ଯେଉଁ ଦୁର୍ଗନ୍ଧ ନିର୍ଗତ ହୁଏ ତାହା ଆଉ ହେବ ନାହିଁ।

ଲେମ୍ବୁକୁ ଆପଣ ନିଜର ଘର ଓ ଆସବା ପତ୍ର ସଫା କରିବାରେ ବି ବ୍ୟବହାର କରିପାରିବେ। ଏହା ଦ୍ୱାରା ସଫା ଭଲ ହୋଇଥାଏ। ଆପଣ ଘର ପୋଛିବାକୁ ଯେଉଁ ଡିଟର୍ଜେଣ୍ଟ ପାଣି ବ୍ୟବହାର କରିଥାନ୍ତି ସେଥିରେ ଟିକେ ଲେମ୍ବୁ ମିଶାଇ ଦିଅନ୍ତୁ। ସେହି ପାଣିରେ ଘର ଓ ଆସବାପତ୍ର ପୋଛନ୍ତୁ। ଦେଖିବେ ଖୁବ୍‌ ଭଲ ସଫା ହେବ।

ଏକଥା ତ ଆପଣ ନିଶ୍ଚୟ ଜାଣିଥିବେ ଯେ ଲେମ୍ବୁ ଦ୍ୱାରା ଓଜନ କମାଯାଇପାରେ। ସକାଳୁ ଉଠି ଗୋଟାଏ ଗ୍ଲାସ୍‌ ନଖ ଉଷୁମ ଗରମ ପାଣିରେ ଟିକିଏ ଲେମ୍ବୁ ଓ ମହୁ ମିଶାଇ ପିଇବା ଦ୍ୱାରା ଅତିରିକ୍ତ ଚର୍ବି ଖସି ଯାଇଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ