ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ମୌସମ୍ବି ଜୁସ୍ ବଢାଇବ ରୋଗ ପ୍ରତିରୋଧକ ଶକ୍ତି, ପ୍ରତିଦିନ ପିଇଲେ ମିଳିବ ଏହିସବୁ ଫାଇଦା

ଭୁବନେଶ୍ବର ୩୦।୧୨: ମୌସମ୍ବି ଜୁସ୍ ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ମୌସମ୍ବିରେ ଭିଟାମିନ୍ ସି ଏବଂ ପୋଟାସିୟମ୍ ଭରପୂର ମାତ୍ରାରେ ରହିଛି । ମୌସମ୍ବି ଜୁସ୍ କୁ ପ୍ରାୟ ସବୁ ଲୋକ ପସନ୍ଦ କରିଥାନ୍ତି । ମୌସମ୍ବି ଜୁସ୍ ସହଜରେ ସବୁଠାରେ ଉପଲବ୍ଧ ହୋଇଥାଏ । ମୌସମ୍ବିରେ ଫାଇବରର ମାତ୍ରା ମଧ୍ୟ ଭରପୂର ରହିଛି, ଯାହା ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଆସନ୍ତୁ ଜାଣିବା ସ୍ବାସ୍ଥ୍ୟ ଏବଂ ଶରୀର ପାଇଁ କେତେ ଲାଭଦାୟର ମୌସମ୍ବି ଜୁସ୍…

-ସ୍କର୍ଭି ଏକ ଏମିତି ରୋଗ ଯେଉଁଥିରେ ମାଢିରୁ ରକ୍ତ ବାହାରିଥାଏ । ଏହା ଭିଟାମିଟ୍ ସି ଅଭାବରୁ ହୋଇଥାଏ । ମୌସମ୍ବି ଜୁସ୍ ରେ ଭିଟାମିଟ୍ ସି ଭରପୂର ମାତ୍ରାରେ ରହିଛି ଯାହା ଏହି ରୋଗ ପାଇଁ ବେଶ୍ ଲାଭଦାୟକ ହୋଇଥାଏ ।

-ପାଚନ କ୍ରିୟା ପାଇଁ ମୌସମ୍ବି ଜୁସ୍ ବେଶ୍ ଲାଭଦାୟକ ହୋଇଥାଏ । ମୌସମ୍ବିର ମିଠା ସ୍ବାଦ ଏବଂ ଏସିଡ୍ ମାତ୍ରା ଥିବାରୁ ଏହାର ଜୁସ୍ ପିଇବା ଦ୍ବାରା ପାଚନ କ୍ରିୟାରେ ସହାୟତା ମିଳିଥାଏ । ମୌସମ୍ବି ଜୁସ୍ ପେଟର ଅନେକ ସମସ୍ୟା ଦୂର କରିଥାଏ ।

-ପ୍ରତିଦିନ ମୌସମ୍ବି ଜୁସ୍ ପିଇବା ଦ୍ବାରା ରକ୍ତ ସଞ୍ଚାର ସଠିକ୍ ଭାବେ ହୋଇଥାଏ । ମୌସମ୍ବି ଜୁସ୍ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଶରୀରକୁ ରୋଗ ସହ ଲଢିବା ପାଇଁ ଶକ୍ତି ମିଳିଥାଏ ।

-ମୌସମ୍ବିରେ କ୍ୟାଲୋରୀ ମାତ୍ରା ବହୁତ କମ୍ ହୋଇଥାଏ । ଫଳରେ ଓଜନ କମାଇବାରେ ଏହା ସାହାଯ୍ୟ କରିଥାଏ । ମୌସମ୍ବି ଜୁସ୍ ପିଇଲେ ସ୍ବାସ୍ଥ୍ୟ ସହ ଓଜନ ବଢିବାର ସମସ୍ୟାରୁ ମୁକ୍ତି ମିଳିପାରିବ ।

-ଗର୍ଭବତୀ ମହିଳାମାନଙ୍କ ପାଇଁ ମୌସମ୍ବି ଜୁସ୍ ଖୁବ୍ ଲାଭଦାୟକ ହୋଇଥାଏ । ଏହା ମା’ ଏବଂ ଛୁଆ ଉଭୟଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

-ମୌସମ୍ବି ଜୁସ୍ ପିଇବା ଦ୍ବାରା କୋଲେଷ୍ଟ୍ରୋଲର ମାତ୍ରା ସଠିକ୍ ରହିଥାଏ । ଏହାଦ୍ବାରା ରକ୍ତଚାପ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ