ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ବସ୍ ଡ୍ରାଇଭର ପାଲଟିଲେ ପୂଜା ଦେବୀ, ପିଲାଟି ଦିନରୁ ଦେଖି ଆସୁଥିବା ସ୍ବପ୍ନ ସାକାର ହେଲା

ଜମ୍ମୁ: ଜମ୍ମୁ-କଶ୍ମୀରର କାଠୁଆ ଜିଲ୍ଲାରେ ପୂଜା ଦେବୀ ନାମକ ଜଣେ ମଧ୍ୟବୟସ୍କା ଉପତ୍ୟକାର ପ୍ରଥମ ମହିଳା ବସ୍ ଡ୍ରାଇଭର ଭାବେ ବେଶ୍‌ ଚର୍ଚ୍ଚା ପାଲଟିଛନ୍ତି। ତିନି ସନ୍ତାନର ମାତା ପୂଜା ଦେବୀ ଗୁରୁବାର ପ୍ରଥମ ଥର ପାଇଁ ଜମ୍ମୁର କାଠୁଆ ମାର୍ଗରେ ଗାଡ଼ି ଚଳାଇଥିଲେ। ସେ ଜମ୍ମୁର କାଠୁଆ ରାଜପଥରେ ବସ୍ ଚଳାଉଥିବା ବେଳେ ତାଙ୍କ ପୁଅ ତାଙ୍କ ସହ ଥିଲେ।

ମହିଳା ଜଣକ ବସ୍‌ ଚଳାଉଥିବାର ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଏହା ଚର୍ଚ୍ଚାର ପରିସରକୁ ଆସିଥିଲା। ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଲିଙ୍ଗଗତ ଅସମାନତାକୁ ପଛରେ ପକାଇ ଏକ ପୁରୁଷ ପ୍ରାଧାନ୍ୟ ପେସାରେ ଯୋଗ ଦେଇଥିବାରୁ ପୂଜା ଦେବୀଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି।

ନିକଟରେ ଏକ ନ୍ୟୁଜ୍‌ ଚ୍ୟାନେଲ୍‌ରେ ସାକ୍ଷାତ୍‌କାର ଦେଇ ପୂଜା ଦେବୀ କହିଛନ୍ତି କି ସେ ପିଲାଟି ଦିନରୁ ଜଣେ ବସ୍‌ ଡ୍ରାଇଭର୍‌ ହେବାର ଇଚ୍ଛା ରଖିଥିଲେ। ଏକ ଗରିବ ପରିବାରରେ ଜନ୍ମ ହୋଇଥିବା କାରଣରୁ ଅଧିକ ପାଠ ପଢ଼ି ପାରି ନଥି‌ଲେ ପୂଜା ଦେବୀ। ସେହି କାରଣରୁ ସେ ଅନେକ ସମୟରେ ଦୁଃଖୀ ଅନୁଭବ କରନ୍ତି ବୋଲି ମଧ୍ୟ କହିଛନ୍ତି।

ଏହି ମଧ୍ୟ ବୟସ୍କା ମହିଳା ଜଣକ ନିଜ ମାମୁ ରାଜୀନ୍ଦରଙ୍କଠାରୁ ବସ୍‌ ଚାଳନା ପାଇଁ ପ୍ରଶିକ୍ଷଣ ପାଇଥିବା କହିଛନ୍ତି। ସେ ଆହୁରି ବି କହିଛନ୍ତି କି ତାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ତାଙ୍କୁ ତାଙ୍କ ପରିବାର ଓ ସମାଜ ସହ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ସେ ପୂର୍ବରୁ ଭାରୀ ଯାନ ଚଳାଇବାକୁ ଲାଇସେନ୍ସ ପାଇଁ ଆବେଦନ ମଧ୍ୟ କରିଥିଲେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ