ଖେଳ ଧର୍ମ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

କ୍ଷୀରକୁ ଗାଢ଼ କରିବାକୁ ମିଶାଯାଇଥାଏ ଏହି ୫ଟି ଜିନିଷ : ଜାଣନ୍ତୁ କିପରି ଚିହ୍ନିବେ?

କ୍ଷୀରକୁ ସମ୍ପୂର୍ଣ୍ଣ ଆହାର କୁହାଯାଇଥାଏ କିନ୍ତୁ ଯଦି ଏହାକୁ ଅପମିଶ୍ରିତ କରି ଏହାର ଶୁଦ୍ଧତା କମ୍ କରାଯାଇଥାଏ ତେବେ ଏହା ହାନିକାରକ ହୋଇଯାଇଥାଏ। ଅନେକ ଥର କ୍ଷୀରରେ କେବଳ ପାଣି ମିଶାଯାଇନଥାଏ ବରଂ ଏହାର ମାତ୍ରା ବଢ଼ାଇବା ପାଇଁ ଏଥି​‌ରେ ଅନେକ ପ୍ରକାରର ରାସାୟନିକ ପଦାର୍ଥ ମିଶାଯାଇଥାଏ ଯାହା କେବଳ ଆପଣଙ୍କୁ ରୋଗଗ୍ରସ୍ତ କରାଇନଥାଏ ବରଂ ବଢ଼ୁଥିବା ଶିଶୁର ବିକାଶରେ ମଧ୍ୟ ବାଧକ ହୋଇଥାଏ। ଆସନ୍ତୁ ଜାଣିବା କିପରି ଜାଣିବେ କ୍ଷୀରରେ ଅପମିଶ୍ରଣ

୧.ପାଣି : ଘୋଡ଼ଣି ଥିବା ପାତ୍ରରେ ଏକ ବୁନ୍ଦା କ୍ଷୀର ପକାନ୍ତୁ। ଶୁଦ୍ଧ କ୍ଷୀରର ବୁନ୍ଦା ଧୀରେ ଧୀରେ ଧଳା ଗାର ଛାଡ଼ିବାବେଳେ ପାଣିର ମିଶ୍ରଣ ଥିବା ବୁନ୍ଦା ଦାଗ ନ ଛାଡ଼ି ବୋହି ଯିବ।


୨. ଷ୍ଟାର୍ଚ : ଲୋଡିନର ଟିଂର ଏବଂ ଲୋଡିନ ସଲ୍ୟୁସନରେ କିଛି ବୁନ୍ଦା ପକାନ୍ତୁ,ଯଦି ତାହା ନୀଳ ହୋଇଯିବ ତେବେ ବୁଝି ଯାଆନ୍ତୁ ଏଥିରେ ଷ୍ଟାର୍ଚ ଅଛି।

୩.ୟୁରିଆ : ଏକ ଚାମଚ କ୍ଷୀରକୁ ଟେଷ୍ଟଟ୍ୟୁବରେ ପକାନ୍ତୁ। ଏଥିରେ ଅଧା ଚାମଚ ସୋୟାବିନ୍ କିମ୍ବା ହରଡ଼ ପାଉଡର ପକାନ୍ତୁ। ଭଲ ଭାବେ ମିଶାଇ ଦିଅନ୍ତୁ। ୫ମିନିଟ୍ ପରେ,ଗୋଟିଏ ଲାଲ ଲିଟମସ୍ ପେପର୍ ପକାନ୍ତୁ ,ଅଧ ମିନିଟ୍ ପରେ ଯଦି ଲାଲ ରଙ୍ଗରୁ ନୀଳ ହୋଇଯାଏ ତେବେ କ୍ଷୀରରେ ୟୁରିଆ ରହିଛି।


୪. ଡିଟରଜେଣ୍ଟ : ୫ରୁ ୧୦ଏମଏଲ୍ କ୍ଷୀରକୁ ସେତିକି ପାଣିରେ ମିଶାଇ ହଲାନ୍ତୁ। ଯଦି ଫେଣ ହେଉଛି ତେବେ ଏହା ଡିଟରଜେଣ୍ଟ।


୫. ସିନ୍ଥେଟିକ୍ କ୍ଷୀର : ସିନ୍ଥେଟିକ୍ କ୍ଷୀରର ସ୍ବାଦ କଡ଼ା ହୋଇଥାଏ,ଆଙ୍ଗୁଳି ମଧ୍ୟରେ ରଗଡ଼ିବାରୁ ସାବୁନ ଭଳି ଲାଗିଥାଏ ଏବଂ ଗରମ କଲେ ହଳଦିଆ ହୋଇ ଯାଇଥାଏ। ସିନ୍ଥେଟିକ୍ କ୍ଷୀରରେ ପ୍ରୋଟିନର ମାତ୍ରା ଅଛି କି ନାହିଁ,ଏହାର ଯାଞ୍ଚ ଔଷଧ ଦୋକାନରେ ମିଳୁଥିବା ୟୁରିଜ ଷ୍ଟ୍ରିପରୁ ଜଣା ପଡ଼ିପାରିବ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ