ନୂଆଦିଲ୍ଲୀ ୧୬/୧୨ : ନୂଆ ବର୍ଷ ଆରମ୍ଭ ହେଲେ ହ୍ୱାଟ୍ସଆପ୍ ପୁରୁଣା ଅପରେଟିଙ୍ଗ୍ ସିଷ୍ଟମ୍ ପାଇଁ ନିଜର ସପୋର୍ଟ ବନ୍ଦ କରିଦିଏ | ବର୍ତ୍ତମାନ ପୁଣି ମେସେଜିଙ୍ଗ ଆପ ତାଲିକା ଜାରି କରିଛି। ୨୦୨୧ ଆରମ୍ଭ ହେଲେ ଅର୍ଥାତ ଜାନୁଆରୀ ୧ ତାରିଖରୁ ହ୍ୱାଟ୍ସଆପ କିଛି ପୁରୁଣା ଆଣ୍ଡ୍ରଏଡ୍ ଫୋନ୍ ଓ ଆଇଫୋନରେ କାମ କରିବା ବନ୍ଦ କରିଦେବା। ରିପୋର୍ଟ ଅନୁଯାୟୀ, iOS 9 ଏବଂ 4.0.3 ଅପରେଟିଙ୍ଗ୍ ସିଷ୍ଟମରୁ ତଳକୁ ଥିବା ସ୍ମାର୍ଟଫୋନରେ କାମ କରିବନି। ହ୍ୱାଟ୍ସଆପର ସପୋର୍ଟ ପେଜ ୟୁଜର୍ସଙ୍କୁ ଅପରେଟିଙ୍ଗ୍ ସିଷ୍ଟମର ଲେଟେଷ୍ଟ ଭର୍ସନ ବ୍ୟବହାର କରିବାକୁ ପରାମର୍ଶ ଦେଇଥାଏ ଯେପରି ୟୁଜର୍ସ ସବୁ ଫିଚର୍ସ ବ୍ୟବହାର କରିପାରିବେ।
କୁହାଯାଇଛି ଯେ ହ୍ୱାଟ୍ସଆପର ସବୁ ଫିଚର୍ସ ବ୍ୟବହାର କରିବାକୁ iPhone ୟୁଜର୍ସଙ୍କୁ iOS 9 କିମ୍ବା ତା ଉପର ଭର୍ସନ ଏବଂ ଆଣ୍ଡ୍ରଏଡ଼ ୟୁଜର୍ସଙ୍କୁ 4.0.3 କିମ୍ବା ତା ଉପର ଭର୍ସନ ବ୍ୟବହାର କରିବା ଜରୁରୀ।
ଏପଲର iPhone 4, iPhone 4S, iPhone 5, iPhone 5S, iPhone 6, ଏବଂ iPhone 6S ଅପରେଟିଙ୍ଗ୍ ସିଷ୍ଟମ୍ iOS 9 ରୁ ଅପଡେଟ୍ କରିବାକୁ ହେବ। iPhone 6S, 6 Plus, ଓ iPhone SE ପ୍ରଥମ ଜେନେରେସନର ଆଇଫୋନ୍ ଯାହାକୁ iOS 14 ରେ ଅପଡେଟ୍ କରାଯାଇପାରିବ।
ଆଣ୍ଡ୍ରଏଡ଼ ଫୋନ HTC Desire, LG Optimus Black, Motorola Droid Razr, Samsung Galaxy S2 ରେ ହ୍ୱାଟ୍ସଆପ୍ ଚାଲିବନି। ଯଦି ଆପଣ ଜାଣିନାହାନ୍ତି ଆପଣଙ୍କ ଫୋନ କେଉଁ ଅପରେଟିଙ୍ଗ୍ ସିଷ୍ଟମରେ ଚାଲୁଛି ତାହେଲେ ଜାଣିବା ପାଇଁ ବହୁତ ସରଳ ଉପାୟ ଅଛି। ଏଥିପାଇଁ ଆପଣଙ୍କୁ ଆଇଫୋନ୍ କିମ୍ବା ଆଣ୍ଡ୍ରଏଡ଼ର ସେଟିଙ୍ଗକୁ ଯିବାକୁ ହେବ। ଏହାପରେ General ରେ ଟ୍ୟାପ୍ କରନ୍ତୁ। Information କୁ ଯାଇ ଆପଣ ନିଜ ଆଇଫୋନର ସଫ୍ଟୱେୟାର୍ ଡିଟେଲ୍ ପାଇପାରିବେ।
ଆଣ୍ଡ୍ରଏଡ଼ ୟୁଜର୍ସ ସେଟିଙ୍ଗ ଯାଇ About Phone ରେ ଫୋନର ଅପରେଟିଙ୍ଗ୍ ସିଷ୍ଟମ୍ ବିଷୟରେ ଜାଣିପାରିବେ। ଯେଉଁମାନଙ୍କ ଫୋନରେ ଅପଡେଟ୍ ଅପ୍ସନ୍ ଅଛି ସେମାନେ ଲେଟେଷ୍ଟ ସଫ୍ଟୱେୟାରରୁ ଅପଡେଟ୍ କରିପାରିବେ। ଯେଉଁମାନଙ୍କ ଫୋନରେ ଅପଡେଟ୍ ଅପ୍ସନ ନାହିଁ ସେମାନଙ୍କୁ ନୂଆ ଫୋନ କିଣିବାକୁ ପଡିବ।