ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଶୀତଦିନେ ନିଶ୍ଚୟ ଖାଆନ୍ତୁ ଏହି ୧୦ଟି ଜିନିଷ : ସାରା ଦିନ ରହିବେ ଆକ୍ଟିଭ

ଅଧିକାଂଶ ଲୋକଙ୍କୁ ଦିନ ସାରା କେତେବେଳେ କେମିତି ଥକ୍କାପଣ ଅନୁଭୂତ ହୋଇଥାଏ। ଶରୀରରେ ଶକ୍ତି କମିଯିବାର ପ୍ରଭାବ ଦୈନନ୍ଦିନ କାମ ଉପରେ ପଡ଼ିଥାଏ। ଆପଣ କ’ଣ ଏବଂ କେତେ ମାତ୍ରାରେ ଖାଉଛନ୍ତି ଏହାର ପ୍ରଭାବ ପୂରା ଦିନର କାର୍ଯ୍ୟକଳାପ ଉପରେ ପଡ଼ିଥାଏ। ଖାଦ୍ୟପେୟର କିଛି ଜିନିଷ ପୋଷକ ତତ୍ତ୍ବ ସହ ଶରୀରକୁ ତୁରନ୍ତ ଏନର୍ଜି ଦେବାର କାମ କରିଥାଏ। ଆସନ୍ତୁ ଜାଣିବା ଏହି ଜିନିଷଗୁଡ଼ିକ ବିଷୟରେ ଯେଉଁଗୁଡ଼ିକ ଖାଇବା ଦ୍ବାରା ଆପଣ ସାରା ଦିନ ଆକ୍ଟିଭ ରହିବେ।

୧. କଦଳୀ : ଶକ୍ତି ପାଇଁ କଦଳୀ ସବୁଠୁ ବେଷ୍ଟ୍ ଫୁଡ ଭାବେ ଜଣା ଯାଇଥାଏ। କଦଳୀ କାର୍ବସ୍,ପୋଟାସିୟମ୍ ଏବଂ ଭିଟାମିନ୍ B6ର ଉତ୍ତମ ସ୍ରୋତ। ଏ ସମସ୍ତ ଜିନିଷ ଶରୀରରେ ଶକ୍ତିର ସ୍ତରକୁ ବଢ଼ାଇଥାଏ।


୨. କନ୍ଦମୂଳ : ସ୍ବାଦିଷ୍ଟ ହେବା ସହ,କନ୍ଦମୂଳ ଶରୀରରେ ଶକ୍ତି ବଢ଼ାଇବାର କାମ ମଧ୍ୟ କରିଥାଏ। ଏକ କପ୍ କନ୍ଦମୂଳରେ ୨୫ଗ୍ରାମ୍ କାର୍ବସ୍,୩.୧ ଗ୍ରାମ୍ ଫାଇବର,୨୫ ପ୍ରତିଶତ ମାଙ୍ଗାନିଜ ଏବଂ ଭିଟାମିନ୍ A ର ଉତ୍ତମ ସ୍ରୋତ ହୋଇଥାଏ। କନ୍ଦମୂଳରେ ଥିବା ଫାଇବର ଏବଂ କାର୍ବକୁ ହଜମ ହେବାରେ ସମୟ ଲାଗିଥାଏ ଏଥିପାଇଁ ଏହାକୁ ଖାଇବା ପରେ ଶରୀର ଦୀର୍ଘ ସମୟ ଯାଏଁ ଆକ୍ଟିଭ ରହିଥାଏ।

୩. ଅଣ୍ଡା : ଅଣ୍ଡା ଶକ୍ତିର ସବୁଠୁ ଉତ୍ତମ ସ୍ରୋତ ହୋଇଥାଏ। ଅଣ୍ଡା ପ୍ରୋଟିନରେ ଭରପୂର ହୋଇଥାଏ ଯାହା ଫଳରେ ଆପଣଙ୍କୁ ସାରା ଦିନ ଶକ୍ତି ମିଳିଥାଏ। ଏହା ବ୍ୟତୀତ ଅଣ୍ଡାରେ ଥିବା ଆମିନୋ ଏସିଡ ଲ୍ୟୁସିନ ମଧ୍ୟ ବିଭିନ୍ନ ଉପାୟରେ ଶରୀରକୁ ଶକ୍ତି ପହଞ୍ଚାଇଥାଏ। ଅଣ୍ଡାରେ ଥିବା ଭିଟାମିନ୍ B ଖାଦ୍ୟକୁ ଶକ୍ତିରେ ରୂପାନ୍ତରିତ କରିବାର କାମ କରିଥାଏ।


୪. ସେଓ : ସେଓରେ କାର୍ବସ୍ ଏବଂ ଫାଇବର ଭରପୂର ମାତ୍ରାରେ ଥାଏ। ମଧ୍ୟମ ଆକାରର ସେଓରେ ପାଖାପାଖି ୧୪ଗ୍ରାମ୍ କାର୍ବସ,୧୦ଗ୍ରାମ୍ ସୁଗର ଏବଂ ୨.୧ଗ୍ରାମ୍ ଫାଇବର ରହିଥାଏ। ଏଥିରେ ଥିବା ନ୍ୟାଚୁରାଲ୍ ସୁଗର ଏବଂ ଫାଇବର ଶରୀରରେ ଶକ୍ତିର ସ୍ତରକୁ ଧୀରେ ଧୀରେ ବଢ଼ାଇବାର କାମ କରିଥାଏ ଏବଂ ଶରୀର ଦୀର୍ଘ ସମୟ ଯାଏଁ ଆକ୍ଟିଭ ରହିଥାଏ। ସେଓରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଉଚିତ୍ ମାତ୍ରାରେ ହୋଇଥାଏ ଯାହା ଶରୀରକୁ ଶକ୍ତି ଦେଇଥାଏ।

୫. ଡାର୍କ ଚକଲେଟ୍ : ରେଗୁଲାର ଏବଂ ମିଲ୍କ ଚକଲେଟ୍ ତୁଳନାରେ ଡାର୍କ ଚକଲେଟରେ କୋକୋ ଅଧିକ ମାତ୍ରାରେ ଥାଏ। କୋକୋରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ବ୍ଲଡ ଫ୍ଲୋ ବଢ଼ାଇବା ସହ ଶରୀରକୁ ବିଭିନ୍ନ ଉପାୟରେ ଲାଭ ପହଞ୍ଚାଇଥାଏ। ଏହା ମସ୍ତିଷ୍କ ଏବଂ ମାଂସପେଶୀର କାର୍ଯ୍ୟକ୍ଷମତାକୁ ବଢ଼ାଇଥାଏ। ଡାର୍କ ଚକଲେଟ ଶାରିରୀକ ସହ ମାନସିକ ଥକ୍କାପଣକୁ ମଧ୍ୟ ଦୂର କରିଥାଏ ଏବଂ ମୁଡ ଭଲ କରିଥାଏ।

୬. ବିଟ୍ : ବିଟ୍ ମଧ୍ୟ ଶରୀରରେ ଶକ୍ତିର ସ୍ତରକୁ ବଢ଼ାଇଥାଏ। ଅଧ୍ୟୟନରୁ ଜଣା ଯାଇଥାଏ ଯେ ବିଟରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ରକ୍ତ ସଞ୍ଚାଳନକୁ ବଢ଼ାଇଥାଏ। ବିଟରେ ଥିବା ନାଇଟ୍ରେଟ୍ ଶରୀରରେ ନାଇଟ୍ରିକ୍ ଅକ୍ସାଇଡ ବଢ଼ାଇଥାଏ।

୭: ଓଟମିଲ : ଓଟମିଲ ଆପଣଙ୍କୁ ଅଧିକ ସମୟ ଯାଏଁ ଶକ୍ତି ଦେଇଥାଏ। ଏଥିରେ ବିଟା ଗ୍ଲୁକାନ ନାମକ ଦ୍ରବଣ ଫାଇବର ହୋଇଥାଏ ଯାହା ପାଣି ସହ ମିଶି ଶରୀରରେ ଏକ ଗାଢ଼ ଜେଲ୍ ପ୍ରସ୍ତୁତ କରିଥାଏ। ପାଚନ ତନ୍ତ୍ରରେ ଏହି ଜେଲ୍ ହେବା ଯୋଗୁଁ ଶୀଘ୍ର ଭୋକ ଲାଗିନଥାଏ। ଓଟମିଲ ଭିଟାମିନ୍ ଏବଂ ମିନେରାଲ୍ସରେ ଭରପୂର ହୋଇଥାଏ ଯାହା ଶରୀରରେ ଶକ୍ତି ବୃଦ୍ଧି କରିଥାଏ।


୮. କଫି : ଅଧିକାଂଶ ଲୋକ ଥକ୍କାପଣରୁ ମୁକ୍ତି ପାଇବା ପାଇଁ ମୁଡ ଭଲ କରିବା ପାଇଁ କଫି ପିଇଥାନ୍ତି। କଫି ତୁରନ୍ତ ଶକ୍ତି ଦେଇଥାଏ। କଫିରେ ଥିବା କ୍ୟାଫିନ୍ ନର୍ଭସ୍ ସିଷ୍ଟମକୁ ଶାନ୍ତ କରିଥାଏ। କଫି ପିଇବା ଦ୍ବାରା ଶରୀରରେ ଏପିନଫ୍ରିନ୍ ହରମୋନ୍ ହୋଇଥାଏ ଯାହା ଶରୀର ଏବଂ ମସ୍ତିଷ୍କକୁ ଆକ୍ଟିଭ କରିଥାଏ। କଫି ପିଇବା ଦ୍ବାରା ଆଳସ୍ୟ ଦୂର ହୋଇଥାଏ। ଏହା ଅଧିକ ସେବନ କରିବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚିଥାଏ।

୯. ବ୍ରାଉନ୍ ରାଇସ୍ : ବ୍ରାଉନ୍ ରାଇସରେ ପୋଷକ ତତ୍ତ୍ବ ଭରପୂର ରହିଥାଏ। ଧଳା ଚାଉଳ ତୁଳନାରେ,ଏହା କମ୍ ପ୍ରୋସେସଡ ହୋଇଥାଏ। ଏଥିରେ ଫାଇବର,ଭିଟାମିନ୍ ଏବଂ ମିନେରାଲ୍ସ ଅଧିକ ଥାଏ। ଅଧା କପ୍ ବ୍ରାଉନ୍ ରାଇସରେ ୨ଗ୍ରାମ୍ ଫାଇବର ଏବଂ ଉଚିତ୍ ମାତ୍ରାରେ ମାଙ୍ଗାନିଜ ଥାଏ। ଏହା କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନକୁ ଏନର୍ଜିରେ ପରିବର୍ତ୍ତିତ କରିଥାଏ। ବ୍ରାଉନ୍ ରାଇସରେ ରକ୍ତ ଶର୍କରା ନିୟନ୍ତ୍ରିତ ହୋଇଥାଏ।

୧୦. ଷ୍ଟ୍ରବେରି : ଷ୍ଟ୍ରବେରିକୁ ଉତ୍ତମ ଶକ୍ତି ଦାୟକ ଫଳ ବୋଲି କୁହାଯାଇଥାଏ। ଷ୍ଟ୍ରବେରି ଖାଇବା ଦ୍ବାରା ଶରୀରକୁ କାର୍ବସ୍,ଫାଇବର ଏବଂ ସୁଗାର ମିଳିଥାଏ ଯାହା ଆପଣଙ୍କ ଶକ୍ତି ସ୍ତରକୁ ବଢ଼ାଇଥାଏ। ଏକ କପ୍ ଷ୍ଟ୍ରବେରୀରେ ୧୩ଗ୍ରାମ୍ କାର୍ବସ୍,୩ଗ୍ରାମ୍ ଫାଇବର ଏବଂ ଭିଟାମିନ୍ C ର ଉଚିତ୍ ମାତ୍ରା ରହିଥାଏ। ଷ୍ଟ୍ରବେରି ଖାଇବା ଦ୍ବାରା ଥକ୍କାପଣ ଦୂର ହୋଇଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ