ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ରୋଗପ୍ରତିରୋଧକ ଶକ୍ତି ବଢ଼ାଉଥିବା ଏହି ୬ଟି ଜିନିଷ ଖାଉଛନ୍ତି କି ? ସାବଧାନ,ହୋଇପାରେ କିଡନି ଷ୍ଟୋନ୍ ସମସ୍ୟା

କିଡନି ଷ୍ଟୋନ୍ ଏକ ଭୟଙ୍କର ସମସ୍ୟା। କିଡନି ଷ୍ଟୋନର ଯନ୍ତ୍ରଣା ସହି ହୁଏ ନାହିଁ ଏବଂ ଏହା ମନୁଷ୍ୟର ଅବସ୍ଥା ଖରାପ କରି ଦେଇଥାଏ। ଲୁଣ ଏବଂ ଶରୀରର ଅନ୍ୟ ଧାତବ ଲବଣ ପରସ୍ପରର ସଂସ୍ପର୍ଶରେ ଆସି କିଡନି ଷ୍ଟୋନର ଆଶଙ୍କା ବଢ଼ି ଯାଇଥାଏ। ଏହାର କୌଣସି ନିଶ୍ଚିତ ଆକାର ମଧ୍ୟ ହୋଇନଥାଏ। ଡାକ୍ତରଙ୍କ ମୁତାବକ ମନୁଷ୍ୟ ଶରୀରରେ ୪ପ୍ରକାରର କିଡନି ଷ୍ଟୋନ୍ ହୋଇପାରେ। ଏଗୁଡ଼ିକୁ କ୍ୟାଲସିୟମ ଷ୍ଟୋନ୍,ଷ୍ଟୃବାଇଟ୍ ଷ୍ଟୋନ୍,ୟୁରିକ ଏସିଡ ଷ୍ଟୋନ୍ ଏବଂ ସିଷ୍ଟାଇନ୍ ଷ୍ଟୋନ୍ କୁହାଯାଇଥାଏ। ଆସନ୍ତୁ ଜାଣିବା କିଭଳି ଖାଦ୍ୟ ଖାଇବା ଦ୍ବାରା ଷ୍ଟୋନ୍ ହୋଇଥାଏ ଏବଂ ଏଥିରୁ କିପରି ବର୍ତ୍ତିହେବ।


୧. ଆନିମଲ୍ ପ୍ରୋଟିନ୍ : ପଶୁଙ୍କଠାରୁ ମିଳୁଥିବା ପ୍ରୋଟିନ୍ ଶରୀରରେ କ୍ୟାଲସିୟମ୍ ଅକ୍ସେଲେଟ୍,କ୍ୟାଲସିୟମ ଫସଫେଟ୍ ଏବଂ ୟୁରିକ୍ ଏସିଡ ଷ୍ଟୋନର ଆଶଙ୍କା ବଢ଼ାଇଥାଏ। ଏଥିପାଇଁ ଆମେ ନିଜ ଖାଦ୍ୟରେ ପ୍ରୋଟିନର ପରିମାଣ କମ୍ ରଖିବା ଉଚିତ୍। ମାଂସ,ଅଣ୍ଡା,ମାଛ,କ୍ଷୀର ଏବଂ ପନିର ବଦଳରେ ଫଳଯୁକ୍ତ ପରିବା,ଡାଲି,ବାଦାମ କିମ୍ବା ସୋୟା ଫୁଡରୁ ପ୍ରୋଟିନ୍ ପୂରଣ କରିବା ଭଲ ବିକଳ୍ପ ହୋଇଥାଏ।

Mix of steak meat : salmon , beef , pork and chicken

୨. ଅଧିକ ସୋଡିୟମ୍ : ଯଦି ଆପଣଙ୍କ ଖାଦ୍ୟରେ ସୋଡିୟମ୍ ପ୍ରଚୁର ମାତ୍ରାରେ ଥାଏ ତେବେ ଏହା ଆପଣଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ଜଙ୍କ୍ ଫୁଡ,ଡବା ବନ୍ଦ ଖାଦ୍ୟ ଏବଂ ଲୁଣ ଅତ୍ୟଧିକ ସେବନ କରିବା ଅନୁଚିତ୍। ଆଖୁ ରସରେ ଅଧିକ ମାତ୍ରାରେ ସୋଡିୟମ୍ ରହିଥାଏ,ଏଥିପାଇଁ ଏପରି ଡବା ବନ୍ଦ ଜିନିଷ ସେବନ କରନ୍ତୁ ନାହିଁ।

୩. ଅକ୍ସଲେଟ୍ ଜିନିଷ ଖାଆନ୍ତୁ ନାହିଁ : କିଡନି ଷ୍ଟୋନ୍ ହେଲେ ଡାକ୍ତର ସର୍ବପ୍ରଥମେ ଅକ୍ସଲେଟ୍ ଯୁକ୍ତ ଜିନିଷ ନ ଖାଇବାକୁ ପରାମର୍ଶ ଦେଇଥାନ୍ତି। ପାଳଙ୍ଗ,ସବୁଜ ପରିବା,କ୍ରାନବେରୀ,କନ୍ଦମୂଳ ଏବଂ ଚକଲେଟ୍ ଆଦିରେ ଅକ୍ସଲେଟ୍ ପର୍ଯ୍ୟାପ୍ତ ମାତ୍ରାରେ ଥାଏ। କିଛି ଲୋକ ଏଥିରେ ଟମାଟୋ ଖାଇବାକୁ ମଧ୍ୟ ମନା କରିଥାନ୍ତି। ଟମାଟୋରେ ବହୁତ କମ୍ ମାତ୍ରାରେ ଅକ୍ସଲେଟ୍ ଥାଏ।


୪. ଭିଟାମିନ୍- ସି : ଇମ୍ୟୁନିଟି ବଢ଼ାଇବା ପାଇଁ ଲୋକେ ଏବେ ଭିଟାମିନ୍ ସି କିମ୍ବା ସାଇଟ୍ରିକ୍ ଫୃଟ୍ ଆଡ଼କୁ ଅଧିକ ଆକର୍ଷିତ ହୋଇଥାନ୍ତି। ବୋଧହୁଏ ଆପଣ ଭୁଲି ଯାଉଛନ୍ତି ଯେ ଭିଟାମିନ୍ ସି ଅତ୍ୟଧିକ ସେବନ କରିବା ଦ୍ବାରା ଷ୍ଟୋନ୍ ହୋଇଥାଏ। ଏଥିପାଇଁ ଲୋକଙ୍କୁ କମଳାରୁ ହୋଇଥିବା ଜିନିଷ କମ୍ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ଖାସ୍ କରି ବଜାରରେ ବିକ୍ରି ହେଉଥିବା ପ୍ୟାକେଟ୍ ବନ୍ଦ ଅରେଞ୍ଜ ଜୁସ୍ ଜମା ସେବନ କରିବା ଉଚିତ୍ ନୁହେଁ।


୫. ଏହି ପରିବାଗୁଡ଼ିକ ଖାଆନ୍ତୁ ନାହିଁ : ଟମାଟୋ ମଞ୍ଜି,ବାଇଗଣ ମଞ୍ଜି,କଞ୍ଚା ଚାଉଳ,ହରଡ଼ ଏବଂ ଚଣା ଅଧିକ ସେବନ କରିବା ଦ୍ବାରା ଷ୍ଟୋନ୍ ସମସ୍ୟା ବଢ଼ି ଯାଇଥାଏ।

୬. କୋଲ୍ଡ-ଡ୍ରିଙ୍କସ୍ : ଷ୍ଟୋନ୍ ସମସ୍ୟା ହେଲେ ଅତ୍ୟଧିକ ପାଣି ପିଇବା ଉଚିତ୍। ଏହି ସମୟରେ କୋଲ୍ଡ-ଡ୍ରିଙ୍କସ୍ଠାରୁ ଦୂରରେ ରୁହନ୍ତୁ। ଏଥି​ରେ ଥିବା ଫସଫୋରିକ୍ ଏସିଡ ଷ୍ଟୋନ୍ ସମସ୍ୟାକୁ ଆହୁରି ବଢ଼ାଇଥାଏ।

କିଭଳି ପାଇବେ ମୁକ୍ତି : କିଡନି ଷ୍ଟୋନ୍ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହାର ଡିଟକ୍ସିଫିକେସନ ଜରୁରୀ। କିଡନିକୁ ପ୍ରାକୃତିକ ଉପାୟରେ ଡିଟକ୍ସିଫାଇ କରିବା ପାଇଁ ଆପଣଙ୍କୁ ଖୁବ୍ ପାଣି ପିଇବା ଉଚିତ୍। ଆପଣ ସହଜରେ ହଜମ ହେଉଥିବା ଜିନିଷ ଖାଆନ୍ତୁ। ଏହା ବ୍ୟତୀତ କିଡନି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅଁଳା,ଡାଳିମ୍ବ ଏବଂ ସେଓ ଭିନେଗାର ଆଦି ଜିନିଷ ଲାଭଦାୟକ ହୋଇଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ